ଏଥିରେ କାହାର କିଛି କ୍ଷତି ହୋଇନଥିବାବେଳେ ପାର୍ଟି ଅଫିସରେ ଥିବା କିଛି ଜିନିଷ ପୋଡି ଯାଇଛି । ସେପଟେ ନିଆଁ ଲଗାଇବା ପଛରେ ଶାସକ ବିଜେଡିର ହାତ ଥାଇପାରେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏପରି କାଣ୍ଡ କରୁଛନ୍ତି ସେମାନେ ଅଥିରୁ ନିବୃତ୍ତ ରୁହନ୍ତୁ ବୋଲି ସେ କହିଛନ୍ତି ।
ପିପିଲି NAC 7 ନମ୍ବର ୱାର୍ଡରେ କଂଗ୍ରେସ ପାର୍ଟି ଅଫିସ ପୋଡିଦେଲେ ଦୁର୍ବୃତ୍ତ

ପୁରୀ: ପୌର ନିର୍ବାଚନ ପାଖେଇ ଆସୁଥିବାବେଳେ ପୁରୀ ପିପିଲିରେ ଦେଖାଦେଇଛି ନିର୍ବାଚନୀ ହିଂସା । ପିପିଲି NAC 7 ନମ୍ବର ୱାର୍ଡରେ କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ରାତି ୩ ଟାରେ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କ ଭାଇ । କଂଗ୍ରେସର ଲୋକପ୍ରିୟତାକୁ ସହି ନପାରି ବିରୋଧୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।
Download Argus News App
