ଗତ ୭ତାରିଖରେ ପିପିଲି ସରସ୍ଵତୀପୁର ଦକ୍ଷିଣସାହି ଚକଖରିଜା ସାହି ହୋମିଓପ୍ୟାଥିକ ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରୀ କରି ନେଇଥିଲେ ଦୁର୍ବୁତ୍ତ । ସମାନ ଢଙ୍ଗରେ ଏହି ଅପରାଧୀ ମାନେ କୋଣାର୍କ ଓ ଅସ୍ତରଙ୍ଗରେ ଘରୁ ଲୁଟ କରିଥିଲେ । ପୋଲିସର ସ୍ୱତନ୍ତ୍ର ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା ବେଳେ ଏମାନଙ୍କ ଠାରୁ ଜବତ କରାଯାଇଥିବା ସୁନା ଓ ରୂପା ଅଳଙ୍କାର ଏମାନଙ୍କ ଠାରୁ ଜବତ କରିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପିପିଲିର ଜନୈକ ବ୍ୟକ୍ତିଙ୍କ ଘରୁ ଜବତ ହୋଇ ଥିବା ବନ୍ଧୁକ, ଖଣ୍ତା, ଜବତ କରିଥିଲା ପିପିଲି ପୋଲିସ । ଏହାଛଡା ୭ଟି ବୋମା ଜବତ କରିଛି ପୋଲିସ । ଗିରଫ ହୋଇ ଥିବା ଅପରାଧୀଙ୍କ ସହଯୋଗୀ ୩ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ରହିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଦୁଇ ଜଣ ସୁନା କିଣିଥିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ ।