ଶ୍ରୀଜଗନ୍ନାଥ ସେନା ତରଫରୁ ବେଆଇନ୍ ନିର୍ମାଣ କାମ ବନ୍ଦ ପାଇଁ ସିଂହଦ୍ୱାର ନିକଟରେ ବିକ୍ଷୋଭ ସହ ଏମାର ମଠ ନିକଟରେ ବେଆଇନ୍ ନିର୍ମାଣସ୍ଥଳକୁ ଯାଇ ଆନ୍ଦୋଳନ କରାଯାଇଛି । ରାଜ୍ୟ ସରକାର ଜାଣିଶୁଣି ଭିତିରିଆ ବୁଝାମଣା କରି ଏଭଳି କାର୍ଯ୍ୟ କରାଯାଇଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି । ସୁପ୍ରିମକୋର୍ଟ ଯିବା ସହ ନୂଆଦିଲ୍ଲୀରେ ପ୍ରତ୍ନତତ୍ତ୍ଵ ଡ଼ିଜିଙ୍କୁ ଭେଟିବ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ।
ସେପଟେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ପରିକ୍ରମା ପ୍ରକଳ୍ପ ପାଇଁ ଯଦି ASI କିମ୍ବା NMA ଅନୁମତି ଦେଇଛି ତେବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉ। ଯଦି ଅନୁମତିପତ୍ର ପ୍ରକଳ୍ପ କାର୍ଯ୍ୟ ପାଇଁ ମିଳିନାହିଁ ଓ ଜୋର୍ ଜବରଦସ୍ତ କରାଯାଉଛି ତାହା ବେଆଇନ୍। ଅନ୍ୟପଟେ କଂଗ୍ରେସ ମଧ୍ୟ ଏଭଳି ବେଆଇନ୍ ନିର୍ମାଣ ଓ ମନ୍ଦିର ପ୍ରତି ବିପଦ ରହିଥିବା ଆଶଙ୍କା କରି ତୁରନ୍ତ ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ କହିଛି ।
ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଯଦି ସ୍ଵଚ୍ଛ ତେଵେ ତୁରନ୍ତ NMA ଅନୁମତି ପତ୍ରକୁ ସାର୍ବଜନୀନ କରନ୍ତୁ । ଯଦି ସାର୍ବ ଜନୀନ ନକରିବେ ତାହେଲେ କାହା ସ୍ଵାର୍ଥରେ ଓ କାହିଁକି ଜବରଦସ୍ତ ନିର୍ମାଣ କାର୍ଯ୍ୟ ଚାଲିଛି? । ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି ।