ଗତକାଲି ପ୍ରଥମ ଦିନରେ କାଳିକାଦେବୀ ସାହି ପକ୍ଷରୁ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି କରାଯାଇଥିବା ବେଳେ ଆଜି ଦଶମୀ ତିଥିରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ପ୍ରସ୍ତାବ ଓ ମାଟିମଣ୍ଡପ ସାହି ପକ୍ଷରୁ ନିଶାଣ ଯାତ୍ରା, ଏକାଦଶୀରେ ହରଚଣ୍ଡୀ ସାହି ପକ୍ଷରୁ ସୀତା ବିବାହ, ଦ୍ୱାଦଶୀରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବନବାସ ପ୍ରସ୍ତାବ କରାଯିବ ।
ସେହିପରି ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରି, ଚୈତ୍ର ପୂର୍ଣ୍ଣିମାରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡି, ବୈଶାଖ ମାସ ପ୍ରତିପଦା ତିଥିରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରତିଷ୍ଠା, ଦ୍ଵିତୀୟା ତିଥିରେ ରାବଣ ବଧ ଓ ବୈଶାଖ ମାସ କୃଷ୍ଣପକ୍ଷ ସପ୍ତମୀ ତିଥିରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ପାଳନ କରାଯିବ । ପ୍ରତିଦିନ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଗନ୍ନାଥବଲ୍ଳବ ମଠକୁ ଯିବା ପରେ ସେଠାରେ ବିଭିନ୍ନ ସାହିରୁ ବାହାରିଥିବା ଚରିତ୍ର ଗୁଡିକ ସହ ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥାଏ ।