ସେ କହିଛନ୍ତି ସିନିଅର ପିଲା ତାଙ୍କୁ ଆକ୍ରମଣ କରୁଥିବା ସମୟରେ ବଜରଙ୍ଗ ନିଜ ପରିବାର ଲୋକଙ୍କୁ ଭିଡିଓ କଲ ମାଧ୍ୟମରେ ମଧ୍ୟ ଦେଖେଇଥିବା କହିଛନ୍ତି ତାଙ୍କ ପରିବାର ଲୋକେ । ଆଜି ତାଙ୍କ ପରିବାର ଲୋକେ ପହଂଚି କଲେଜରେ ପାଟି ତୁଣ୍ଡ କରିଛନ୍ତି । କଲେଜରେ କୌଣସି ସମାଧାନର ରାସ୍ତା ନ ବାହାରିବାରୁ ଶେଷରେ ପରିବାର ଲୋକଙ୍କ ସହ ଉକ୍ତ ସିନିଅରଙ୍କ ବିରୁଦ୍ଧରେ ରାଗିଂ ସହ ମାଡ଼ ମାରିଥିବା ନେଇ ନବରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ କିନ୍ତୁ ରାଗିଂର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେଭଳି କିଛି ଘଟଣା ଘଟି ନାହାନ୍ତି କେବଳ ବଲ ଆଣିବାକୁ ନେଇ ଅଳ୍ପ ସମୟ ପାଇଁ କିଛି ପାଟିତୁଣ୍ଡ ହେଇଥିବା କହିଛନ୍ତି । ବଜରଙ୍ଗଙ୍କ ପରିବାର ଲୋକେ କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

ଅର୍ଗସ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ ହେଲା ଭଳି ସାମାନ୍ୟ ଭଳିବଲ ଖେଳରୁ ରାଗିଂ ଅଭିଯୋଗ ଆସି ଏବେ କଲେଜ ପରିସର ଅଶାନ୍ତ ହେଇଛି । ଏଇ ଘଟଣା ଏବେ ଟାଉନ ଥାନାରେ ମଧ୍ୟ ପହଂଚିଛି । ସୂଚନା ଅନୁଯାୟୀ ନବରଙ୍ଗପୁର ସରକାରୀ, ପଲିଟେକ୍ନିକ କଲେଜ ମେକାନିକାଲ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ବଜରଙ୍ଗ ପାଞ୍ଜିଆ ନିଜର କିଛି ସାଙ୍ଗ ମାନଙ୍କ ସହ ସିନିଅର ମାନଙ୍କ ଭଲି ବଲ୍ ଖେଳକୁ ବସି ଦେଖୁଥିଲେ । ହେଲେ ଖେଳିବା ସମୟ ବଲଟି କିଛି ଦୂରକୁ ଚାଲିଯାଇଥିଲା । ସିନିଅର ପିଲା ମାନେ ବଲ ଆଣିବାକୁ ବଜରଙ୍ଗଙ୍କୁ କହିଥିଲେ କିନ୍ତୁ ସନ୍ଧ୍ୟା ହେଇ ଅନ୍ଧାର ହେଇଯାଇଥିବାରୁ ସରୀସୃପ ଭୟରେ ବଜରଙ୍ଗ ବଲ୍ ଆଣିବାକୁ ରାଜି ହେଇନଥିଲେ । ଏବଂ ହଷ୍ଟେଲର ନିଜ ରୁମକୁ ଚାଲିଯାଇଥିଲେ ଏତିକି କଥାରେ ତୃତୀୟ ବର୍ଷ ସିନିଅର ମାନେ ରାଗି ଯାଇ ପ୍ରାୟ 15 ଜଣ ବଜରଙ୍ଗଙ୍କ ରୁମକୁ ଯାଇ ଅସଭ୍ୟ ଭାଷା ରେଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ।
