ବର୍ତ୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଯିବେ । ତାଙ୍କ ଆବେଦନର ଅନୁସାରେ ମାସେ ଛୁଟିରେ ଯାଉଥିବା କହିଲା ଜିଏ । ତେବେ ବିଜୟ ଅମୃତ କୁଲାଙ୍ଗେ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ । ଏନେଇ ଜିଏ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ନୂଆ ବିଏମସି କମିଶନର ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସି କମିଶନର ଦାୟିତ୍ୱ ଦିଆଯାଇଛି । 2005 ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ ।
ବର୍ତ୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଯିବେ । ତାଙ୍କ ଆବେଦନର ଅନୁସାରେ ମାସେ ଛୁଟିରେ ଯାଉଥିବା କହିଲା ଜିଏ । ତେବେ ବିଜୟ ଅମୃତ କୁଲାଙ୍ଗେ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ । ଏନେଇ ଜିଏ ପକ୍ଷରୁ ସୂଚନା ଦିଆଯାଇଛି ।
ଅର୍ଗସ ବ୍ୟୁରୋ : ମମତାଙ୍କ ପିଛା ଛାଡୁନି ଦୁର୍ଘଟଣା । ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ପ୍ରଚାର ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି। ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ଆହତ ହୋଇଛନ୍ତି । ହେଲିକପ୍ଟରରେ ଚଢ଼ିବା ବେଳେ ସେ ପଡ଼ି ଯାଇଥିଲେ ।
ଏଥିରେ ତାଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଥିବା ଲାଗିଥିବା ଜଣାପଡ଼ିଛି । ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ଦିଦି । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତାଙ୍କ ପାଦରେ ଆଘାତ ଲାଗିଥିବା ସୂଚନା ମିଳିଛି । ହେଲିକପ୍ଟରରେ ଚଢିବା ସମୟରେ ତାଙ୍କର ପାଦ ଖସିଯିବାରୁ ସେ ପଡିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।