ଯୁବତୀ ଜଣଙ୍କ ବର୍ତ୍ତମାନ ଗର୍ଭବତୀ ଥିବା ଜାଣିବା ପରେ ବିବାହ ପାଇଁ ଅଭିଯୁକ୍ତ ଭିଣୋଇ ଜଣକ ମନା କରୁଛନ୍ତି । ନୂଆଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ନୂଆଗାଁ ଥାନା ଅଧିକାରୀ l
ନୟାଗଡ଼: ନୟାଗଡ଼ ନୂଆଗାଁରେ ଲଜ୍ୟା l ଶାଳୀକୁ ସମ୍ପର୍କୀୟ ଭିଣୋଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଏନେଇ ସମ୍ପର୍କୀୟ ଭିଣୋଇ ପ୍ରମୋଦ ଜାନୀଙ୍କ ବିରୋଧରେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ଦେଇଛି ଯୁବତୀ । ଅଭିଯୋଗ ଅନୁସାରେ ସମ୍ପର୍କୀୟ ଭିଣୋଇ ଗତ 7ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା ।
ଯୁବତୀ ଜଣଙ୍କ ବର୍ତ୍ତମାନ ଗର୍ଭବତୀ ଥିବା ଜାଣିବା ପରେ ବିବାହ ପାଇଁ ଅଭିଯୁକ୍ତ ଭିଣୋଇ ଜଣକ ମନା କରୁଛନ୍ତି । ନୂଆଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ନୂଆଗାଁ ଥାନା ଅଧିକାରୀ l
ଅର୍ଗସ ବ୍ୟୁରୋ : ତିନି ରାଜ୍ୟରେ ବିଜେପିର ବାଜିମାତ୍ ପରେ ଗୃହରେ କମ୍ପିଲା ମୋଦି ମୋଦି ନାରା । ବିଜେପି ନେତାଙ୍କ ଏମିତି ନାରା ଦେଖି ବିରୋଧୀ ହେଲେ ଆକ୍ତାମାକ୍ତା । ଏହାରି ଭିତରେ ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହେବା ପରେ ଖୁସିରେ ଗଦଗଦ ବିଜେପି ନେତା ।
ତେବେ ଲୋକସଭାର ଶୀତକାଳୀନ ଅଧିବେଶନରେ ଗୃହର ନୈତିକ କମିଟିର ରିପୋର୍ଟ ଉପସ୍ଥାପିତ ହେବ । ଯେଉଁଥିରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କର କଥା ଉଠିବ । ତେଣୁ ସରଗରମ ହୋଇପାରେ ଗୃହ ।
ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଜେପି ଆଜିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ କଂଗ୍ରେସ ସମେତ ସମଗ୍ର ବିରୋଧୀଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ଥିବା ପରେ ବିରୋଧୀ ବି ସରକାରଙ୍କୁ ଘେରିବାକୁ ପ୍ଲାନ କରିଛନ୍ତି । ସଂସଦ ଭିତରେ ତଥା ନିର୍ବାଚନ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପିକୁ ଗ୍ରହଣ ନକରିବାକୁ ରଣନୀତି ପ୍ରସ୍ତୁତ କରିବାକୁ ବିରୋଧୀ ଦଳର ନେତାମାନେ ଆଜି ବୈଠକ କରିଛନ୍ତି । ଶୀତକାଳୀନ ଅଧିବେଶନ ବିଷୟରେ ପଚରାଯିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ଯଦି ବିରୋଧୀ ସଂସଦକୁ ବାଧା ଦିଅନ୍ତି,ତେଣୁ ତାଙ୍କୁ ଆହୁରି ଖରାପ ନିର୍ବାଚନ ଫଳାଫଳର ସାମ୍ନା କରିବାକୁ ପଡିବ।
ସଂସଦରେ 'ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା' ସମ୍ବନ୍ଧୀୟ ଅଭିଯୋଗ ଉପରେ ମୋହିତଙ୍କୁ ଲୋୟର ହାଉସରୁ ବହିଷ୍କାର କରିବାକୁ ସୁପାରିଶ କରାଯିବା ପରେ ଏହାକୁ ନେଇ ରାଜନୈତିକ ଝଡ ଆରମ୍ଭ ହୋଇଛି । ଅଧିବେଶନ ଶନିବାର ଦିନ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଡେପୁଟି ନେତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ତ୍ରୁଣମୁଳ କଂଗ୍ରେସ ନେତାମାନେ ମୈତ୍ରାଙ୍କୁ ଘରୁ ବିତାଡିତ କରିବାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଲୋକସଭାରେ ନୈତିକ କମିଟି ରିପୋର୍ଟ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଇଂରାଜୀରେ ପୁରୁଣା ଅପରାଧିକ ଆଇନ ବଦଳରେ ମୁଦ୍ରାସ୍ଫୀତି, ଅନୁସନ୍ଧାନକାରୀ ସଂସ୍ଥା ଏବଂ ମଣିପୁରର 'ଅପବ୍ୟବହାର' ଉପରେ ବିରୋଧ କରାଯାଉଥିବା ନେତାମାନେ ଆଲୋଚନା କରିବାକୁ ଦାବି କରିଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର.
ଅର୍ଗସ ବ୍ୟୁରୋ: ବାତ୍ୟା ମିଚାଓଙ୍ଗ ପ୍ରଭାବରେ ଚେନ୍ନାଇ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଆଡେ ଦେଖିବ ସବୁଠି ପାଣି ଆଉ ପାଣି। ଏହାର ପ୍ରଭାବରେ ୩ରୁ ୪ଦିନ ବାତ୍ୟାର ପ୍ରଭାବ ରହିବ। ଏଥିପାଇଁ ପ୍ରଶାସନ ଆଲର୍ଟ ରହିଛି। ଲୋକଙ୍କୁ ସତର୍କ କରାଯାଇଛି। ଚେନ୍ନାଇରେ ବାତ୍ୟା ମିଚାଓଙ୍ଗ ପ୍ରଭାବରେ ପ୍ରବଳ ବର୍ଷେ ହେବା ଯୋଗୁ ଚେନ୍ନାଇ ବିମାନବନ୍ଦରରେ ପାଣି ପଶି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବଙ୍ଗୋପସାାଗରରେ ଅଧିକ ମାତ୍ରାରେ ଘନୀଭୁତ ହେଉଛି। ଆନ୍ଧ୍ରପ୍ରଦେଶର ନେଲୋର ଏବଂ ମଛଲୀପଟନମ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବା ଆଶଙ୍କା ରହିଛି।
ଆଇଏମଡି ଅନୁଯାୟୀ, ଉତ୍ତର ତାମିଲନାଡୁର ପ୍ରାୟ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଚେନ୍ନାଇରେ ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର