ମାଛର ଦାମ୍ ଅଧିକା ନହେଲେ ବି ମାଛଟିର ଆକାର ଓ ଆୟତନ ଏତେ ବଡ଼ ହୋଇଛି କି ବହୁ ଲୋକେ ଏହାକୁ ଦେଖିବାକୁ ପହଞ୍ଚିଛନ୍ତି । କେରଳ ସମେତ ଅନ୍ୟ ରାଜ୍ୟରେ ଏହି ମାଛର ଚାହିଦା ଅଧିକ ଥିବା କଥା ମତ୍ସଜୀବୀ କହିଛନ୍ତି । ସ୍ଥାନୀୟ ଅଠରବାଙ୍କି ବାଲି ପ୍ଲଟ୍ରେ ଏହି ମାଛକୁ ବିକ୍ରି କରିବାକୁ ରଖାଯାଇଛି ।
ସମୁଦ୍ରରୁ ମିଳିଲା ଏକ ବିରଳ ପ୍ରଜାତିର ମାଛ
ପାରାଦୀପ: ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଯାହାକୁ ‘କାଉ ମାଛ’ ବୋଲି କୁହନ୍ତି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲରେ ଏହି ମାଛଟି ପଡ଼ିଛି । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ ‘କାଉ ମାଛ’ ବୋଲି କୁହାଯାଉଛି ।
Download Argus News App
