ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ମୁଖ୍ୟ ପ୍ରଶାସନ । ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ହେବ ନିଷ୍ପତ୍ତି। ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ନଖୋଲିଲେ ତାଲା ଭଙ୍ଗା ଯିବ । ଏହି ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ । ବହୁ ଦଶନ୍ଧି ହେଲାଣି ଉକ୍ତ ତାଲା ଖୋଲା ଯାଇନାହିଁ। ଯଦି ଉକ୍ତ ଚାବିରେ ନଖୋଲେ ତେବେ ତାଲା ଭଙ୍ଗା ଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ।
ଅଧିକ ପଢନ୍ତୁ ଓଡ଼ିଶା ଖବର