ପରମ୍ପରା ଭଳି ପୂର୍ବ ପୁରୁଷ ଅନୁଯାଇ ବାଦୁଡ଼ିର ସୁରକ୍ଷା ଗାଁର ପ୍ରତି ପରିବାର ନେଉଛନ୍ତି । ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବାଦୁଡ଼ିକୁ ନାଁ ଶିକାର କରୁଛନ୍ତି ନାଁ କାହାକୁ ଶିକାର କରିବାକୁ ଦେଇଛନ୍ତି । ଏମାନଙ୍କ ଶଦ୍ଦରେ ସକାଳ ଓ ସନ୍ଧ୍ୟାର ସମୟର ଅନୁଭୁତି କିଛି ନିଆରା । ବାଦୁଡ଼ି ଥିବା ଯୋଗୁଁ ଗାଁର ମଙ୍ଗଳ ହେଉଛି ବୋଲି ବିଶ୍ୱାସ କରନ୍ତି ଗାଁ ଲୋକେ । ଶହଶହ ବର୍ଷ ଧରି ହରିହର ଯୋର କୂଳରେ ରହିଥିବା ଏହି ତୁଟାମୁଣ୍ଡା ଗାଁ ଏବେ ବାଦୁଡ଼ି ମାନଙ୍କ ପାଇଁ ଏକ ନୂଆ ପରିଚୟ ପାଇଛି । ଗାଁର ୬୦ ଟି ପରିବାର ନିଜର ଦୌନିନ୍ଦିନ କର୍ମରେ ବାଦୁଡ଼ି ସୁରକ୍ଷା ଦେବାର ଏକ ପରମ୍ପରା ବୋଲି ଭାବି ନେଇଛନ୍ତି ।
ବାଦୁଡ଼ି ମାନେ ଆହାର ଅନ୍ୱେଷଣରେ ଗଲାବେଳେ ଶିକାରୀ ଜାଲ ବସାଇ ଶିକାର କରୁ ନେଉଛନ୍ତି । ଏହାକୁ କିବପରି ବନ୍ଦ କରାଯିବ ଆଉ ଶିକାରୀକୁ ଧରି ଦଣ୍ଡ ଦିଆଜିବ ସେନେଇ ବନବିଭାଗ କର୍ମଚାରୀ ମାନେ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀ ମାନେ ଦାବି କରିଛନ୍ତି ଜଦି ବାଦୁଡ଼ି ମାନଙ୍କ ପାଇଁ ଫଳମୁଳ, ଖାଦ୍ୟ ଓ ଗଛ ଯଦି ବନବିଭାଗ ପକ୍ଷରୁ ସୃଷ୍ଟି କରାଯାଆନ୍ତା ଏବଂ ପେଟ୍ରୋଲିଙ୍ଗ ବ୍ୟବସ୍ଥା, ଏପରିକି ବନବିଭାଗ ପକ୍ଷରୁ ଏଠାରେ ପକ୍ଷୀ ପାର୍କ, ବାଦୁଡ଼ି ସୁରକ୍ଷିତ ରହିବା ସହ ବାଦୁଡ଼ିକୁ ଦେଖିବାକୁ ଲୋକେ ଆସନ୍ତେ ।
ଆଖପାଖ ୧୦୦ କିଲୋମିଟର ଦୂରତା ଭିତରେ ବାଦୁଡ଼ି ବସା ନାହିଁ ଏଠି ହଜାର ହଜାର ସଂଖ୍ୟାରେ ବାଦୁଡ଼ି ରହୁଥିବାରୁ ଲୋକଙ୍କର ଆକର୍ଷଣ ସ୍ଥାନ ପାଲଟିଛି । ଅନ୍ୟପକ୍ଷରେ ରେଢାଖୋଲ ଡିଏଫଓ କହିଛନ୍ତି ବର୍ତ୍ତମାନ ସମୟରେ ବାଦୁଡ଼ି ଲୋପ ପାଇଯାଉଥିବା ବେଳେ ଏଠି ଏତେ ସଂଖ୍ୟାରେ ବାଦୁଡ଼ି ରହିଛନ୍ତି ସେଥି ପାଇଁ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି ।