ସେପଟେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଉପକୂଳ ସମେତ ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତରାଞ୍ଚଳରେ ଟାଣ ଖରା ହେଉଥିବାରୁ ଗରମ ଅନୁଭୂତ ହେଉଛି । ଶନିବାର 8ଟି ସହରରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁର ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା 38.6 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 38.5 ଡିଗ୍ରୀ ରହିଛି ।
ଝାରସୁଗୁଡା 38.4 ଡିଗ୍ରୀ, ବାରିପଦା 38 ଡିଗ୍ରୀ, ସୁବର୍ଣ୍ଣପୁର 38.4 ଡିଗ୍ରୀ, ବୌଦ୍ଧ ଏବଂ ଖୋର୍ଦ୍ଧାରେ 38 ଡିଗ୍ରୀ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା 5 ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ସ୍ୱାଭାବିକରୁ 2 ରୁ 3 ଡିଗ୍ରୀ ଅଧିକ ରହିପାରେ ।