ପୁଣି ଅଡ଼ୁଆରେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ । କାରଣ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ କୁଜଙ୍ଗ ପରେ ରାହାମାରେ ବି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ବିଶାଳ ସମାବେଶ ହୋଇଛି । ଏମତିକି ସମ୍ବିତଙ୍କୁ ପ୍ରାର୍ଥୀ କଲେ ଦଳ ଛାଡି ବିକଳ୍ପ ପ୍ରାର୍ଥୀ ଦେବୁ ବୋଲି କହିବାକୁ ପଛାଇନାହାନ୍ତି ଲୋକେ ।
ରାହାମା ଜିତ୍ ମଣ୍ଡପ ପରିସରରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ହଜ଼ାର ହଜାର ବିଜେଡି କର୍ମୀ ଓ ମହିଳାମାନେ ଏକାଠି ହୋଇ ଏକ ବିଶାଳ ସମାବେଶ ହୋଇଛି । ହଜାର ହଜାର ବିଜେଡ଼ି କର୍ମୀ ଓ ମହିଳା ଏଥିରେ ସାମିଲ ହୋଇଛନ୍ତି। ଆଗାମୀ ନିର୍ବାଚନରେ ସମ୍ବିତ ରାଉତରାୟଙ୍କୁ ବିରୋଧ କରିବା ସହିତ ଟିକେଟ୍ ନ ଦେବା ପାଇଁ ହଜାର ହଜାର ବିଜେଡ଼ି କର୍ମୀମାନେ ଦାବି କରିଛନ୍ତି। ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦେବେ ଆଗାମୀ ଦିନରେ ଏହି କର୍ମୀ ସମ୍ମିଳନୀ ଆହୁରି ତୀବ୍ରତର କରିବା ସହିତ ଭୋଟ ବର୍ଜ୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ହଜାର ହଜାର ବିଜେଡ଼ି କର୍ମୀ ଓ ମହିଳା।
ଖାଲି ସେତିକି ନୁହେଁ ମା' ତାରିଣୀ ଙ୍କ ନିକଟକୁ ନଡ଼ିଆ ପଠାଇ ବିଧାୟକ ସମ୍ବିତ ରାଉତରାୟ ଙ୍କୁ ଟିକଟ୍ ନ ମିଳିବା ପାଇଁ ପ୍ରାର୍ଥନା କରିଛନ୍ତି। ଯଦି ଦଳ ସମ୍ୱିତ ଙ୍କୁ ଟିକଟ୍ ଦିଏ ତେବେ ଅସନ୍ତୁଷ୍ଟ କର୍ମୀମାନେ ସମ୍ୱିତ ବିରୋଧରେ ସ୍ବାଧିନ ପ୍ରାର୍ଥୀ ଛିଡ଼ା କରିବେ ବୋଲି ସିଧା ସିଧା କହିଛନ୍ତି।ଅଯୋଗ୍ୟ ବିଧାୟକ ସମ୍ବିତ ନିଜର ପକେଟ୍ ଗରମ କରିବା ସହିତ ବ୍ୟକ୍ତିଗତ ସ୍ବାର୍ଥ କୁ ଗୁରୁତ୍ଵ ଦେଉଛନ୍ତି।ଏହା ସହିତ ବିଧାୟକ ହେଲା ଦିନ ଠାରୁ ନିର୍ବାଚନ ମଣ୍ଡଳୀରେ ଦେଖାଦେଉ ନାହାଁନ୍ତି କିମ୍ବା କର୍ମୀ ମାନଙ୍କ ଭଲ ମନ୍ଦ ବୁଝୁ ନାହାଁନ୍ତି। ତେଣୁ ଏଭଳି ଅଯୋଗ୍ୟ ବିଧାୟକ ଙ୍କୁ ଆମେ ଭୋଟ ଦେବୁ ନାହିଁ ବୋଲି ଖୋଦ୍ ବିଜେଡ଼ି କର୍ମୀମାନେ କହିଛନ୍ତି।
ଅଧିକ ଦେଖନ୍ତୁ :