ଗାଁରେ ରାସ୍ତା ସମସ୍ୟା ଏକ ପ୍ରମୁଖ ସମସ୍ୟା। ସୀମାନ୍ତର ଦୁଇ କିଲୋମିଟର ପରେ ପଣସଗୁଡା ଗ୍ରାମ ରହିଥିବା ବେଳେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ପକ୍କା ରାସ୍ତା ନଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ । ଗ୍ରାମରେ ଦୁଇଟି ନଳକୂପ ଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଅଚଳ । ଅନ୍ୟ ଏକ ନଳକୂପରୁ ଦୂଷିତ ପାଣି ବାହାରୁଥିବା ବେଳେ ଲୋକେ ବାଧ୍ୟ ହୋଇ ନଦୀ ପାଣି ବ୍ୟବହାର କରୁଛନ୍ତି । ଫଳରେ ଅନେକ ସମୟରେ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । ଶିକ୍ଷା ବ୍ୟବସ୍ଥା ପାଇଁ ସେମିତି କିଛି ବ୍ୟବସ୍ଥା ନଥିବା ବେଳେ କୋମଳମତି ଶିଶୁ ଅଙ୍ଗନୱାଡି କେନ୍ଦ୍ର ମାଡିନାହାଁନ୍ତି। ଗାଁରେ ବିଦ୍ୟୁତ୍ ଖୁଣ୍ଟ ରହିଛି ହେଲେ ଅନେକ ସମୟରେ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି ।
ପଣସଗୁଡା ଗ୍ରାମବାସୀଙ୍କ ଦୁଃଖ ଦୁରକରିବାରେ ପ୍ରଶାସନ ନିଜ ବିଫଳତାର ପରିଚୟ ଦେଇଛି । ଏପଟେ ପୋଡଶୀ ଆନ୍ଧ୍ର ପଣଗୁଡାବାସୀଙ୍କୁ ଆନ୍ଧ୍ରରେ ମିଶିବାକୁ କହୁଥିବା ବେଳେ ଲୋକେ ଏକ ଦଶନ୍ଦି ହେବ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେବେ ଆଗାମି ଦିନରେ ସରକାର ଦାବି ପୁରଣ ନକଲେ ଲୋକେ ଭୋଟ୍ ବର୍ଜନ କରିବେ ବୋଲି ଚାତେବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: