ସୂଚନା ଅନୁଯାୟୀ ପଦ୍ମପୁର ଶାନ୍ତି ନଗରରେ ରହୁଥିବା ଉପେନ୍ଦ୍ର ଗଡ଼ଟିଆ ତାଙ୍କ ପତ୍ନୀ ସ୍ବପ୍ଳବତୀ ଗଡ଼ଟିଆ ଓ ତାଙ୍କ ଝିଅ ଶ୍ରେୟାନଶୀ ଗଡ଼ଟିଆ ସହ ମାର୍କେଟକୁ ଆସିଥିବା ବେଳେ ଉଭୟେ ମା’ ଝିଅ ରାସ୍ତା ପରି କରୁଥିଲେ । ଏହି ସମୟରେ ଏକ ବାଇକ ପଛ ପଟୁ ଆସି ଉଭୟଙ୍କୁ ଧକ୍କା ଦେଇଥିଲା ।
ଅନ୍ୟ ପଟେ ବାଇକ ଚାଳକଙ୍କୁ ପଦ୍ମପୁର ପୋଲିସ ଅଟକ ସହ ବାଇକକୁ ଜବତ କରିଥିବା ବେଳେ ବାରମ୍ବାର ଦ୍ରୁତ ବାଇକ ଚାଳନା ଏବଂ ନିଶା ଶକ୍ତ ଚାଳକଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନେଇ ଥାନାରେ ଜଣ ସାଧାରଣ ଘେରାଉ ସହ ଉତ୍ତେଜନା ଦେଖା ଦେଇଥିଲା। ପରେ ପଦ୍ମପୁର ଉପ ଜିଲ୍ଲାପାଳ ଥାନାକୁ ଆସି ଜନସାଧାରଣଙ୍କ ସହ ଚର୍ଚ୍ଚା କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହ ନିଶା ବେପାର ଓ ଦ୍ରୁତ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଘୋଷଣା ପରେ ଶାନ୍ତ ହୋଇଛନ୍ତି ଲୋକେ ।