ଦୁଇଜଣ ମହିଳା ଯାଉଥିବା ସମୟରେ ପଛପଟୁ ଧକ୍କା ଦେଲା ହାଇୱା

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ଜେନାପୁର ଥାନା 53ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ସନ୍ଧ୍ୟା ସମୟରେ ଚଣ୍ଡିଖୋଲ ପଟରୁ ଡ଼ୁବୁରୀ ଆଡକୁ ସ୍କୁଟିରେ ଯାଉଥିବା ଦୁଇଜଣ ମହିଳାଙ୍କ ଉପରେ ମାଡିଗଲା ହାଇୱା I ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ହାଇୱା ଓଲଟି ପଡିଛି I ସ୍କୁଟି ଟି ଖଣ୍ଡ ଖଣ୍ଡ ହୋଇଯାଇଛି I I ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଂଚି ତଦନ୍ତ ଜାରିରଖିଛି I
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
