ସଲେଇକେନା ପଞ୍ଚାୟତର ଜୀବନ ରେଖା ପାଲଟିଥିବା ଏହି ରାସ୍ତା ଉପରେ ୪୯ ନମ୍ବର ଜାତୀୟ ରାଜପଥକୁ ଯିବା ପାଇଁ ନିର୍ଭର କରିଥାଆନ୍ତି ପ୍ରାୟ ୭ ଟି ଗାଁର ଶହ ଶହ ପରିବାର ଲୋକେ। ରାସ୍ତାର ଏଭଳି ଅବସ୍ଥା କାରଣରୁ ବିଦ୍ୟାଳୟକୁ ଯିବା ପାଇଁ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ, ଲୋକେ ମାନେ ରାସନ ସାମଗ୍ରୀ ଆଣିବାରେ ମଧ୍ୟ ଦୁଃଖ ଭୋଗୁଛନ୍ତି। ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ପ୍ରାଶାସନକୁ ଗୁହାରୀ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା ଫଳରେ ନିଜେ ୪ କିମିର ରାସ୍ତା ନିର୍ମାଣ କରିଛନ୍ତି ଲୋକେ ।
୨୪ ବର୍ଷର ସ୍ଥିର ସରକାର ଭିତରେ ରାଜ୍ୟରେ ଲୋକଙ୍କ ପାଖରେ ପହଁଞ୍ଚିପାରିନି ମୌଳିକ ସୁବିଧା..। ଲୋକଙ୍କ ପାଖରେ ନା ଭଲ ରାସ୍ତା ଅଛି ନା ସରକାରଙ୍କର ମୌଳିକ ସୁବିଧାର ପାଦ ଲୋକଙ୍କ ଦୁଆରେ ପହଁଞ୍ଚିଛି ବରଂ ବାଟବଣା ହୋଇଛି ଯୋଜନା। ଦୁର୍ଦଶା ଭୋଗୁଛନ୍ତି ଲୋକେ, କେବେ ଲୋକଙ୍କ ପାଖରେ ପହଁଞ୍ଚିବ ସରକାରଙ୍କ ଯୋଜନା ତାହା ସମୟ କହିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: