ଇନ୍ଦ୍ରାବତି ପ୍ରକଳ୍ପ ମଙ୍ଗଳପୁର ଡାହାଣ ମୁଖ୍ୟ କେନାଲ ଗେଟରୁ ପଥର ଖସି କେନାଲରେ ଭର୍ତ୍ତି ହେବାରେ ଲାଗିଲାଣି। କଟା ପଥର ବଦଳରେ ଜଙ୍ଗଲି ପଥର ଦେଇ ବନ୍ଧ ବାନ୍ଧିବା କାରଣରୁ ପଥର ବାହାରି ଗର୍ତ୍ତ ସୃଷ୍ଟି ହୋଇଛି। ପଥର ଖସି ଖସି ଡ୍ୟାମ ପ୍ରତି ବିପଦ ଥିବା ବେଳେ ଚାଷୀଙ୍କ ଜଳସେଚନରେ ଆଶଙ୍କା ଦେଖାଦେଲାଣି। ମଙ୍ଗଳପୁର ବ୍ୟାରେଜର ବାମ ଓ ଦକ୍ଷିଣ କେନାଲରୁ କଳାହାଣ୍ଡିର ପ୍ରାୟ ୮୫ ହଜାର ହେକ୍ଟର ଚାଷଜମି ଜଳସେଚନ ହେଉଛି। କିନ୍ତୁ କୋଟି କୋଟି ଟଙ୍କା ମରାମତି ପାଇଁ ଖର୍ଚ୍ଚ ହେଉଥିଲେ ମଧ୍ୟ ଆଖି ଦୃଶିଆ ମରାମତି ହେଇପାରୁନାହିଁ। ଆଗାମୀ ଚାଷ ଋତୁରେ ଡ୍ୟାମ ମରାମତି ନହେଲେ ଚାଷୀ ସମସ୍ୟାର ସମ୍ମୁଖୀନ ହେବେ ବୋଲି କହିଛନ୍ତି।
ତଳପଟୁ ପଥର ଖସୁଥିବାରୁ କଙ୍କ୍ରିଟ ପଥର ବନ୍ଧ ଭୁଷୁଡି ବାରେ ଲାଗିଛି। ମୁଖ୍ୟ କେନାଲ ର ଲାଇନିଙ୍ଗ କାମ ,ଭୁଷୁଡି ଥିବା କେନାଲ ର ମରାମତି ନହେବା ,ଗୁରୁତ୍ବ ଦେଉନଥିବା ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି।ଠିକା ପିରତି ନାଁ ଚାଷୀ ଙ୍କ ହିତରେ କେବେ ମରାମତି କରିବେ,ତାହା ପ୍ରଶ୍ନ ଉଠିଛି।