ସୂଚନା ଅନୁସାରେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଡ୍ୟୁଟି କରୁଥିଲେ ଯବାନ । ୨୦୧୨ରୁ ରାଉରକେଲାରେ ହୋଇଥିଲା ପୋଷ୍ଟିଂ । ଏପିରିକି ଆସନ୍ତା ମାସରେ ଯବାନଙ୍କ ବିବାହ ହୋଇଥାନ୍ତି । ଏଥି ନିମନ୍ତେ ସେ ମଧ୍ୟ ଜାମ୍ମୁକାଶ୍ମୀର ଯାଇଥାନ୍ତି । କିନ୍ତୁ ଏବେ ତାଙ୍କର ମୃତଦେହ ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
CISF ବାରେକ୍ ପଛପଟ ଜଙ୍ଗଲରୁ ତାଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି । ସେପଟେ ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । ଏପିରିକି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ମୃତ୍ୟୁ ନେଇ ସଠିକ୍ କାରଣ ଜଣାପଡିବ ବୋଲି ଆଶଙ୍କା କରାଯାଉଛି ।