ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ଦିନ ଏହି ଯାତ୍ରୀବାହୀ ବିମାନ ଉଡ଼ାଣ କରିବ । ରାଜ୍ୟ ସରକାର ୩୫ଟି ଆସନ ପାଇଁ ଏହି ଫଣ୍ଡିଂ ବ୍ୟବସ୍ଥା କରିଛନ୍ତି । ଯାହାର ପ୍ରାରମ୍ଭିକ ଭଡ଼ା ରହିଛି ୧୯୯୯ଟଙ୍କା । ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଚଳାଚଳ କରିବ । ଏହି ବିମାନ ସେବା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସୃଷ୍ଟି ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।