ଅର୍ଗସ ବ୍ୟୁରୋ : ପ୍ରାକ୍ତନ ସାଂସଦ ତଥା ବିଜେପିର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ଅପରାହ୍ଣରେ ତାଳଚେର ଗସ୍ତ କରିଛନ୍ତି । ଗୋଡିବନ୍ଧ ଛକରେ ବିଜେପିର ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦି ସାମଲ ଉପସ୍ଥିତ ରହି ଶ୍ରୀ ପାଣିଙ୍କୁ ସ୍ୱାଗତ କରିଥିଲେ । ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନ ସରସ୍ୱତୀଙ୍କର ପୌତୃକ ଗ୍ରାମ ଗୁରୁଜାଙ୍ଗରେ ପହଞ୍ଚି ସେଠାରେ ସ୍ୱାମୀଜୀଙ୍କର ବିଗ୍ରହରେ ଉଭୟ ନେତା ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୁରୁଜାଙ୍ଗ ଗ୍ରାମରେ ହନୁମାନ ମନ୍ଦିର, ମା ତାରିଣୀ ମନ୍ଦିରରେ ଉଭୟ ନେତା ଦର୍ଶନ କରିଥିଲେ । ଗୁରୁଜାଙ୍ଗ, ଗୋଡବନ୍ଧ ଚକ,କଣ୍ଢାଳ ଛକ, ବାଲୁଙ୍ଗା ଗ୍ରାମରେ ଦେଉଳବେଡା ଠାରେ ଉଭୟଙ୍କୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ । ଦେଉଳବେଡା ବିଏମଏସ କାର୍ଯ୍ୟାଳୟରେ ଶ୍ରମିକ ନେତା ମାନେ ଉପସ୍ଥିତ ରହି ଉଭୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।