ଚିକିତ୍ସା ସମୟରେ କୌଣସି ମେଡିକାଲ କର୍ମଚାରୀ ଟଙ୍କା ମାଗୁଛନ୍ତି କି, ରକ୍ତ ଦଲାଲି ହେଉଛି କି, ବିଜୁ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟ ସଠିକ ହେଉଛି କି ନାହିଁ ଏଭଳି ଅନେକ ପ୍ରଶ୍ନ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ l ଏହାସହ ଆଗକୁ ମଧ୍ୟ ଏଭଳି ଅଚାନକ ପରିଦର୍ଶନ କରାଯିବ ବୋଲି କହିଛନ୍ତି l ସେପଟେ ଜ଼ିଲ୍ଲାପାଳ ଓ ଏସପିଙ୍କ ଅଚାନକ ଗସ୍ତ ଯୋଗୁଁ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲ । ଗସ୍ତ ସମୟରେ ସିଡିଏମଓ ପଙ୍କଜ ପଟେଲଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ମେଡିକାଲ ପରିଦର୍ଶନ

ଅର୍ଗସ ବ୍ୟୁରୋ : ଆଜି ଅଚାନକ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିଥିଲେ ଜିଲ୍ଲାପାଳ ଓ ଏସପି l ଏହି ଗସ୍ତ ସମୟରେ ଉଭୟେ ପ୍ରଥମେ ଆଉଟ ଡୋରକୁ ଯାଇ ରୋଗୀଙ୍କ ଟିକଟ କାଉଣ୍ଟର, ହେଲ୍ପ ଡେସ୍କ ପରିଦର୍ଶନ କରିଥିଲେ l ସୁରୁଖୁରୁରେ ରୋଗୀଙ୍କୁ ଟିକେଟ ପ୍ରଦାନ ହେଲ୍ପ ଡେସ୍କରେ ରୋଗୀଙ୍କୁ ସଠିକ ସୂଚନା ମିଳୁଛି ନା ନାହିଁ ଏହା ପଚାରି ବୁଝିଥିଲେ l ଏହାପରେ ବିଭିନ୍ନ ବିଭାଗକୁ ଯାଇ ରୋଗୀଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ l
Download Argus News App
