
ସମ୍ବଲପୁର: ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ତେ ନାହିଁ । ୧୨ବର୍ଷ ହେଲାଣି ରାସ୍ତା ମରାମତି କାମ ହୋଇନି ଅସଜଡ ହୋଇପଡିଛି । ଗାଁରେ ଶିକ୍ଷିତ ଲୋକନଥିବାରୁ ଏପରି ଅବସ୍ଥା ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି । ପିଚୁ ରାସ୍ତା ତାହାପୁଣି ଖାଲଖମାରେ ଭରା । ରାସ୍ତା ସାରା ପଥର ଉପୁଡି ପଡିଛି । ୧୨ ବର୍ଷ ପୂର୍ବରୁ ରାସ୍ତା କାମ ହୋଇଥିଲା । କିନ୍ତୁ ଏବେ ରାସ୍ତା ପିଚୁ ଫାଟି ଆଁ କଲାଣି । ସମ୍ବଲପୁର ଜିଲ୍ଲା ସମ୍ବଲପୁରରୁ ଧମା ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରୁ ବାଉସେନମୁରା ଗାଁ ଯାଇଛି ରାସ୍ତା । ଏହି ରାସ୍ତା ଯୁଯୁମୁରାକୁ ସଂଯୋଗ କରିଥାଏ ।

ରାସ୍ତାରେ ପ୍ରତ୍ୟେହ ଦିନ ଶହ ଶହ ଗାଡି ମୋଟର ଚଳାଚଳ କରିଥାଏ । ଏବେ ଶୀତ ମାସ ବା ଶୁଖିଲା ପାଗ ହୋଇଥିବାରୁ ରାସ୍ତାରେ ଯାତାୟତ କରିହେଉଛି । ହେଲେ ବର୍ଷା ସମୟ ଆସିଲା ପରେ ରାସ୍ତାରେ ଯାତାୟତ ବହୁ କଷ୍ଟକର ହୋଇଥାଏ । ଏହି ପ୍ରତ୍ୟେହ ଦିନ ସ୍କୁଲ କଲେଜ , ଗାଁ ଲୋକ ସହରକୁ ଯିବାଆସିବା କରିଥାନ୍ତି । ରାସ୍ତା ଉପରେ ସାଇକେଲ କିମ୍ବା ମୋଟର ସାଇକେଲରେ ଗଲେ ରାସ୍ତା ଅବସ୍ଥା ଯୋଗୁ ଚକ ନଷ୍ଟ ହେଈଯାଉଛି ।

ଏହି ରାସ୍ତା ମୂଖ୍ୟତଃ ବାଉସେନମୁରା ଗାଁରୁ ସହରକୁ ଆସିବା ପାଇଁ ଏକ ଭରସା ଯୋଗ୍ୟ ରାସ୍ତା ହେଉଥିବାରୁ ରାସ୍ତା ଅସଜଡା ହୋଇପଡିଥିବାରୁ ଗାଁ ଲୋକେ ଏବେ ଚିନ୍ତିତ ହୋଇପଡିଛନ୍ତି । ଗାଁ ଲୋକଙ୍କ ପ୍ରକାଶ ଯେ ନିଜ ଗାଁରେ ରାଜୈନେତିକ ବା କୈାଣସି ନେତା ମନ୍ତ୍ରୀ ଗାଁରେ ନଥିଵାରୁ ଏଥି ପାଇଁ ରାସ୍ତାକୁ ଦେଖାରେଖା କରିବା ପାଇଁ ପ୍ରଶାସନର ଇଚ୍ଛାପ୍ରକାଶ କରୁନାହାନ୍ତି ବୋଲି କହିଛନ୍ତି । ରାସ୍ତା ପାଇଁ ଜିଲ୍ଲା ପ୍ରଶାସନକୁ ପଚରାଯିବାରୁ କହିଲେ ଯେ ପୂର୍ତ୍ତବିଭାଗ ଓ ଆରଡି ଡିପାଟମେଣ୍ଟକୁ କହି ରାସ୍ତାର ଅବସ୍ଥା ନିରିକ୍ଷଣ କରି ସଜଡାଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି । ତେବେ ଏ ରାସ୍ତା ପ୍ରତି ରାଜ୍ୟସରକାର ବା ପ୍ରଶାସନର ନଜିର ଆସୁନି କି ବା ନଜରକୁ ଆସୁଥିଲେ ମଧ୍ୟ ତାହା ଅଣ ଦେଖାଣିୟା କରୁଥିବା ଗ୍ରାମବାସି ଅଭିଯୋଗ କରନ୍ତି ।
