ସମ୍ବଲପୁର: ଆପଣ ଦେଖୁଥିବା ଜାଲ ଭଳି ଦିଶୁଥିବା ତିନିକୋଣିଆ ମିଠା ଟି ସରସତିଆ ବାସ୍ନା ଯେମିତି, ସୁଆଦ ସେମିତି। ଆପଣ ବି ପଡ଼ିଯିବେ ସରସତିଆ ପ୍ରେମରେ। ସରସତିଆର ଯାଦୁଗର ମିଞ୍ଚୁ କାକା।୧୫୦ ବର୍ଷରୁ ଉର୍ଦ୍ଧ ଦିନ ଧରି ତିଆରି କରିଆସୁଛନ୍ତି ସରସତିଆ। ଆଉ ଏହି ସରସତିଆ କୁ ଥରେ ଯିଏ ଖାଇଛି ସେ ତାର ମଜା ନେଇଛି... ସମ୍ବଲପୁର କୁଞ୍ଜେଲପଡା ବୁଢ଼ୀମା ଗଳିର ମିଞ୍ଚୁ କାକା ଓରଫ ପ୍ରଭୁଲାଲ ଗୁପ୍ତାଙ୍କ ଦୋକାନରେ ମିଳୁଛି ସରସତିଆ। ପ୍ରଭୁଲାଲ ଗୁପ୍ତା ଓ ତାଙ୍କ ପତ୍ନୀ ପ୍ରସ୍ତୁତ କରିଥାନ୍ତି ସରସତିଆ। । ଏହା କୌଣସି ଛେନା, କ୍ଷିର ନା ଅନ୍ୟ କୌଣସି ଫ୍ୟାଟ ଜାତୀୟ ଦ୍ରବ୍ୟ ରୁ ତିଆରି ହୋଇନଥାଏ। ଗଞ୍ଜେର ନାମକ ଏକ ଗଛର ଅଠାରୁ ତିଆରି ହୋଇଥାଏ ସରସତିଆ । ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ପ୍ରସ୍ତୁତ କରାଯାଇଥାଏ। ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ରଖାଯାଇଥିବା ବେଳେ ଏହାର ଦାମ ମାତ୍ର ୧୦ ଟଙ୍କା। ତେଣୁ ଏହି ମିଠାକୁ ଖାଇବାକୁ ସକାଳୁ ଜମିଥାଏ ପ୍ରଭୁଲାଲ ଙ୍କ ଦୋକାନ ରେ ଭିଡ ।
ଅର୍ଗସ ବ୍ୟୁରୋ: ଆଜି ମାନେ ଏପ୍ରିଲ ୩୦ ତାରିଖ ହେଉଛି ଭାରତୀୟ ଷ୍ଟାର କ୍ୟାପଟେନ ରୋହିତ ଶର୍ମାଙ୍କ ଜନ୍ମଦିନ। ଆଜି ରୋହିତ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ହିଟମ୍ୟାନ ରୋହିତ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଫ୍ୟାନଙ୍କ ହୃଦୟରେ ରାଜ କରୁଛନ୍ତି। କିନ୍ତୁ ଚଳିତ ଥର ମୁମ୍ବାଇ ଇଣ୍ଡିଆନ ଟିମରେ ସାଧାରଣ ପ୍ଲେୟର ଭାବେ ମ୍ୟାଚ ଖେଳୁଛନ୍ତି। କାରଣ ତାଙ୍କ କ୍ୟାପଟେନ୍ସି ପଦ ଛଡ଼ାଇ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏଥିପାଇଁ ଭାରତୀୟ ଫ୍ୟାନ ଫଲୋର୍ସ ଖପ୍ପା।
କାରଣ ଲୋକେ ରୋହିତଙ୍କୁ ଭରସା କରିବା ସହ ରୋହିତଙ୍କ ସ୍ଥାନକୁ ବହୁତ ଉପରେ ରଖିଛନ୍ତି। ଲୋକେ ଚାହୁଁଛନ୍ତି ରୋହିତ ପୁଣିଥରେ MIର କ୍ୟାପଟେନ ହୁଅନ୍ତୁ।
ତେବେ ଆଜି ଚାଲନ୍ତୁ ଜାଣିବା କିଛି ହିଟମାନଙ୍କ ବିଷୟରେ କିଛି ଅଜଣା କଥା। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଓ୍ବାନଡେ କ୍ରିକେଟରେ ୩ଥର ଦ୍ବିଶତକ ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ ଓ୍ବାନଡେ କ୍ରିକେଟରେ ଏକ ମ୍ୟାଚରେ ୨୬୪ ରନ କରି ବିଶ୍ବ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ପିଲାବେଳୁ ଜଣେ ବୋଲର ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ କୋଚ ଦିନେଶ ଲାଡ ତାଙ୍କୁ ବ୍ୟାଟ୍ସମ୍ୟାନ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଭାଗ୍ୟ ସତେ ଯେମିତି ବଦଳି ଯାଇଥିଲା। ରୋହିତ ଏମିତି ଜଣେ ପ୍ଲେୟର ଯିଏ ଷ୍ଟାଡିୟମରେ ଛିଡ଼ା ହୋଇ ବଡ଼ ବଡ଼ ଛକା ମାରି ଫ୍ୟାନଙ୍କୁ ଖୁସି କରିଦିଅନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ବୌଦ୍ଧ: ନାରାୟଣପୁରର ଟେକମେଟ ଓ କାକ୍କୁର ଜଙ୍ଗଲରେ ଏନକାଉଣ୍ଟର । ଟଳିଲେ 7 ହାର୍ଡକୋର ମାଓବାଦୀ ।
ଏନକାଉଣ୍ଟରରେ 2 ମହିଳା ମାଓବାଦୀଙ୍କ ସମେତ 7 ହାର୍ଡକୋର ମାଓବାଦୀ ମୃତ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର