ହେଲେ, ଓଷା ପାଇଁ ଲୋକମାନେ ବାଧ୍ୟ ହୋଇ କିଲେ ଜାଗାରା କିଏ ଅଧା କିଲୋ କିଣୁଛି ତ ଆଉ କିଏ ଅଢ଼େଇ ଶହ କିଣି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ବଜାରରେ ଆକାଶ ଛୁଆଁ ଦରକୁ ଦେଖି ଖାଉଟି ଚିନ୍ତିତ। କିପରି ଝିଅ ଘରକୁ ଭାର ଦେବେ ତାକୁ ନେଇ ବ୍ୟସ୍ତ।
ସାଧାରଣତଃ ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା ଏପରି ଏକ ପର୍ବ ଯାହା ଓଡ଼ିଆ ମାନଙ୍କ ମଧ୍ୟରେ ସିମୀତ ରହିଥିଲେ ମଧ୍ୟ ପୃଥିବୀର ବିଭିନ୍ନ ସ୍ଥାନରେ ରହୁଥିବା ସଧବା ଓଡ଼ିଆ ମହିଳା ମାନେ ନିରାଡମ୍ବର ଭାବରେ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। କାରଣ ଓଡ଼ିଆ ନାରୀଟିଏ ସଦାସର୍ବଦା ନିଜର ସ୍ବାମୀ କୁ ନିଜର ଆରାଧ୍ୟ ଦେବତା ରୁପେ ବିବେଚନା କରେ। ଅଧିକାଂଶ ଓଡ଼ିଆ ହିନ୍ଦୁ ମହିଳା ମାନେ ଚାହାନ୍ତି ଯେ ସେମାନଙ୍କ ସ୍ୱାମୀ ଓ ପିଲା ମାନେ ସଦାସର୍ବଦା ନିରୋଗ ଜୀବନ ଯାପନ ଅତିବାହିତ କରୁନ୍ତୁ।
ତେଣୁ ବର୍ଷତମାମ ବିଭିନ୍ନ ପୂଜା ପର୍ବ କୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାଆନ୍ତି। ପ୍ରତ୍ୟେକ ପର୍ବପର୍ବାଣୀ ପରିବାର ର ମଙ୍ଗଳ କାମନା ପାଇଁ କରାଯାଏ। ଖାଲି ସେତିକି ନୁହେଁ ପ୍ରତ୍ୟେକ ସଦସ୍ୟ ମାନଙ୍କ ପାଇଁ ଅଲଗା ଅଲଗା ପୂଜା ପାଠ କରାଯାଏ। ଏଇ ଯେମିତି ପୁଅ ପାଇଁ ପୁଅ ଜିଉନ୍ତିଆ ଓଷା, ଭାଇ ପାଇଁ ଭାଲୁକୁଣି ବା ଖୁଦୁରୁକୁଣୀ ଓଷା କରି ଥାନ୍ତି। ସେହିପରି ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି।