ବେଆଇନ ଭାବେ ବାହାରକୁ କାଠ ଚାଲଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ନୟାଗଡ ACF ହିମାନି ନାୟକଙ୍କ ଉଦ୍ୟମରେ ଖଣ୍ଡପଡ଼ା ରେଞ୍ଜର, ଭାପୁର ଫରେଷ୍ଟର ଏବଂ ଫତେଗଡ ପୋଲିସଙ୍କ ମିଳିତ ସହଯୋଗରେ ନରେନ୍ଦ୍ର କରଙ୍କ କାଠ ଫାର୍ମ ହାଉସରେ ଅଚାନକ ଚଢାଉ କରିଥିଲେ।
ଚଢ଼ାଉ ସମୟରେ ସାତ ଟ୍ରିପ ଶାଗୁଆନ କାଠ ସହ ଅନନ୍ୟା ମୂଲ୍ୟ ବାନ କାଠକୁ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ ବୋଲି ACF ହିମାନି ନାୟକ ସୂଚନା ଦେଇଛନ୍ତିl ସେପଟେ ନରେନ୍ଦ୍ରଙ୍କ ଘରୁ ମଧ୍ୟ ବିପୁଳ ପରିମାଣରେ କାଠ ଜବତ ହୋଇଛି l ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର