ପୂର୍ବରୁ ମଧ୍ୟ ଶାଗୁଆନ କାଠ ବ୍ୟବସାୟ କରୁଥିବା ବନ ବିଭାଗ ନିକଟରେ ଖବର ଥିବା ବେଳେ ଏକ ଟିମ୍ କାଠ ଜବତ କରିବା ସହ ଅଭିଯୁକ୍ତ ସୁକୃ ମାଝି କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆପଡ଼ା: ନୂଆପଡ଼ା ବନ ବିଭାଗ ଦ୍ଵାରା ବିପୁଳ ମାତ୍ରାରେ ଶାଗୁଆନ କାଠ ଜବତ । ପଗାର ପାଣି ମଧୁପୁର ଗାଁର ଶୁକ୍ରୁ ମାଝିଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ନୂଆପଡ଼ା ବନ ବିଭାଗ । କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ରେଞ୍ଜରଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଖଗେ ମାଝି ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ସକାଳେ ସୂକ୍ରୁ ମାଝି ଙ୍କ ଘରେ ଚଢ଼ାଉ କରିଥିଲେ।
ପୂର୍ବରୁ ମଧ୍ୟ ଶାଗୁଆନ କାଠ ବ୍ୟବସାୟ କରୁଥିବା ବନ ବିଭାଗ ନିକଟରେ ଖବର ଥିବା ବେଳେ ଏକ ଟିମ୍ କାଠ ଜବତ କରିବା ସହ ଅଭିଯୁକ୍ତ ସୁକୃ ମାଝି କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନ ଜରୁରୀ ଅବତରଣ କଲା। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ। ଟେକଅପ୍ କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି। କୁଆପଥର ମାଡ଼ ଯୋଗୁଁ ବିମାନର ୱିଣ୍ଡସିଲ୍ ଭାଙ୍ଗିଯାଇଛି।
ତେବେ ବିମାନରେ ୧୭୦ ଜଣ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଏହି ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୃଥିବୀର ଦ୍ବିତୀୟ କ୍ଷୁଦ୍ରତମ ଦେଶ ମୋନାକୋ । ଯାହାର ଲୋକସଂଖ୍ୟା ପାଖାପାଖି ୪୦ ହଜାର । ହେଲେ ଏହି ଦେଶରେ ଏକ ତୃତୀୟାଂଶ ଲୋକ କୋଟିପତି । ଯାହାଙ୍କ ପାଖରେ ପାଖାପାଖି ୧୦ ଲକ୍ଷ ଡଲାରରୁ ଅଧିକ ଟଙ୍କା । ଏବଂ ପ୍ରତ୍ୟେକ ନାଗରିକଙ୍କ ବର୍ଷକୁ ହାରାହାରି ଆୟ ୨ କୋଟିରୁ ଅଧିକ ଅଟେ । ବିଶେଷ ଭାବେ ଏହି ଦେଶରେ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ବାସ କରନ୍ତି । ମୋନାକୋର ଅର୍ଥନୀତି ଏହି ଦେଶର ପର୍ଯ୍ୟଟନ ଉପରେ ନିର୍ଭର କରେ । ଏହି ଦେଶରେ ବାସିନ୍ଦାଙ୍କୁ ଇନକମ ଟ୍ୟାକ୍ସ ଦେବାକୁ ପଡେ ନାହିଁ । ସେଥିପାଇଁ ଅନ୍ୟଦେଶରେ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ଏଠାରେ ଜାଗା କିଣି ଘର କରି ରହିବାକୁ ପସନ୍ଦ କରିଥାନ୍ତି । ଏହି ଦେଶକୁ ଦୂନିଆର "ଧନୀ ଲୋକଙ୍କ ରାଜଧାନୀ" ବୋଲି କୁହାଯାଇଥାଏ
ଅଧିକ ପଢନ୍ତୁ : ଆମାଜନ ନଦୀରେ କାହିଁକି ନାହିଁ ପୋଲ ?
ମୋନାକୋ ଦେଶର କ୍ଷେତ୍ରଫଳ ହେଉଛି ୧.୯୫ ବର୍ଗ କିଲୋମିଟର । ଏହି ଦେଶର ପ୍ରମୁଖ ଖେଳ ହେଉଛି ଜୁଆ । ଏଠାରେ ଥିବା କ୍ୟାସିନୋରେ ପର୍ଯ୍ୟଟକ ମାନେ ଜୁଆ ଖେଳିବା ସହ ସ୍ଥାନର ମଜା ନେଇଥାନ୍ତି । ମୋନାକୋର ରିୟଲ ଏଷ୍ଟେଟ ବଜାରକୁ ଦୂନିଆର ସବୁଠୁ ମହଙ୍ଗା ବଜାର ବୋଲି କୁହାଯାଇଥାଏ । ବିଶେଷଭାବେ ସୁଇଜରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ ଆଦି ଦେଶର ଲୋକମାନେ ଏହିଠାରେ ରହି ନିଜର ବିଜନେସ କରିଥାନ୍ତି ।