ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି ମଧ୍ୟ ଉପସ୍ଥାପନ କରାଯାଉଛି । ଏନେଇ ଆଜି ବରଗଡ଼, ସୁବର୍ଣ୍ଣପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।
ତେବେ ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶା ବନ୍ଦ ଥିବା ବେଳେ ସମ୍ବଲପୁରରେ ଏହି ବନ୍ଦ ଡାକରାକୁ ସମର୍ଥନ ମିଳିନାହିଁ । ସମ୍ବଲପୁରରେ ଏହି ଆନ୍ଦୋଳନକୁ ବିରୋଧ କରିଛନ୍ତି ୫୦ରୁ ଅଧିକ ସଂଗଠନ । ସମ୍ବଲପୁରରେ ସ୍ବାଭାବିକ ରହିଛି ଜୀବନ ଯାତ୍ରା ।