ଓଡିଶାର ସମସ୍ତ ସରକାରୀ ନର୍ସିଂ କଲେଜର ଅଧ୍ୟକ୍ଷ ଏବଂ ଟୁଇଟର୍ ମାନଙ୍କ ନିକଟକୁ ପଠାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ କୌଣସି ସରକାରୀ ନର୍ସିଂ କଲେଜ୍ ରେ ସରକାରୀ ସ୍ତରରେ ଧାର୍ଯ୍ୟ ହୋଇଥିବା ଫି ଗୁଡିକୁ ଛାଡି ଦେଲେ କୌଣସି କଲେଜ୍ କର୍ତୃପକ୍ଷ ଛାତ୍ର ଛାତ୍ରୀଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ, ଜୋତା, ବ୍ୟାଗ୍, ସଂଘ ଫି ଆଦି ନେଇ ପାରିବେ ନାହିଁ । ଯଦି କୌଣସି ନର୍ସିଂ କଲେଜ୍ ରୁ ଏଭଳି ଫି ନିଆଯାଉଥିବା ନେଇ ଏଭଳି ଅଭିଯୋଗ ହୁଏ ବା କୌଣସି ପ୍ରମାଣ ମିଳେ ତେବେ ସମ୍ପୃକ୍ତ କଲେଜ କର୍ତୃପକ୍ଷ ବା ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି । କିନ୍ତୁ ନର୍ସିଂ କଲେଜ ଛାତ୍ର ସ୍ୱାଗତ ଅଭିଯୋଗ କରିଛନ୍ତି ଯେ କଲେଜ କର୍ତୃପକ୍ଷ ବିନା କୌଣସି ବିଲ୍ ନଦେଇ ୧୫ହଜାର ଟଙ୍କା ନିଆଯାଉଛି ।
ଭୀମସାର ନର୍ସିଂ କଲେଜ କତ୍ତୃପକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ସମ୍ୱଲପୁର: ପୁଣି ବିବାଦ ଘେରରେ ଭିମସାର ନର୍ସିଂ କଲେଜ । କଲେଜ କର୍ତୃପକ୍ଷ ବିରୁଦ୍ଧରେ ଛାତ୍ର ଆଣିଲେ ସଂଗୀନ ଅଭିଯୋଗ । ସରକାରୀ ନିୟମକୁ ଉଲ୍ଲଘଂନ କରି ନର୍ସିଂ କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବଳପୂର୍ବକ ମନଇଚ୍ଛା ଫି ଆଦାୟ କରୁଥିବା ଅଭିଯୋଗ କରିଛନ୍ତି । ଏପରିକି ଏହି ଫି ଆଦାୟକୁ ବେଆଇନ କହି କଲେଜ ର ସ୍ୱାଗତ ପାତ୍ର ନାମକ ଜଣେ ଛାତ୍ର ୫ଞକୁ ତଥା ଡିଏମଇଟି ଙ୍କୁ ଟୁଇଟ କରି ଅବଗତ କରିଥିବା ଜଣାପଡିଛି । ବେଆଇନ ଫି ଆଦାୟକୁ ନେଇ ବିବାଦ ରେ ଭିମସାର ନର୍ସିଂ କଲେଜ କର୍ତୃପକ୍ଷ ।
Download Argus News App
