
ମାଲକାନଗିରି : ଅର୍ଗସର ମହାପ୍ରଭାବ । ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ମାଲକାନାଗିରି ପୋଲିସ। ଗୋଟିଏ ଦିନରେ ଗିରଫ ହେଲେ 7 ଜଣ ନକଲି ଡାକ୍ତର । ମାଲକାନଗିରି ଜିଲ୍ଲାରେ ବଢିଚାଲିଛି ନକଲି ଡାକ୍ତରଙ୍କ ପାଦୁର୍ଭାବ।
ବିନା ଡିଗ୍ରୀ ଓ ବିନା କୌଣସି ଅଭିଜ୍ଞତାରେ ନିରୀହ ଆଦିବାସୀଙ୍କୁ ଠକୁଛନ୍ତି ଦଲାଲ । ଏନେଇ ଖବର ପ୍ରସାରଣ ପରେ କାଲିମେଳା ଓ ଚିତ୍ରକୋଣ୍ଡା ପୋଲିସ ଆକ୍ସନ ମୋଡକୁ ଆସିଛି। ଆଉ ମିଳିଛି ବଡ ସଫଳତା । ଆଜି କାଲିମେଳାରୁ 3 ଓ ଚିତ୍ରକୋଣ୍ଡାରୁ 4 ଜଣ ନକଲି ଡାକ୍ତରକୁ ଗିରଫ କରିଛି ମାଲକାନଗିରି ପୋଲିସ ।
ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚିପାରୁ ନଥିବାରୁ ନକଲି ଡାକ୍ତର ଆଦିବାସୀଙ୍କୁ ଲୁଟୁଛନ୍ତି। ଯାହା ଫଳରେ ନୀରିହ ଆଦିବାସୀମାନେ ଜୀବନ ହରାଇବାର ସହ ଅନ୍ଧବିଶ୍ବାସର ଶିକାର ହେବାକୁ ବାଧ୍ୟ ହେଉଛନ୍ତି ଉପାନ୍ତ ଅଞ୍ଚଳର ଅଧିବାସୀ ।
