ସକ୍ଷୀ କେନ୍ଦ୍ରର କର୍ମଚାରୀ ମାନେ ପୋଲିସ ସହାୟତା ନେଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ଆଜି ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ ଯୁବତୀ ଙ୍କ ବାପା ନିଜ ଶ୍ଵଶୁର ଘରେ ରହି ଆସୁଥିଲେ।ବାପା ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ମା ଆରପାରିକୁ ଚାଲିଯାଇଛନ୍ତି। ଯୁବତୀଙ୍କ ଭାଇ ସାମାନ୍ୟ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ସେ ଏକ ଦୋକାନରେ କାମ କରୁଛନ୍ତି।ଯୁବତୀ ଜଣକ ଏକୁଟିଆ ରହିବାର ସୁଯୋଗ ନେଇ ନର ପିଶାଚ ମାନେ ଏଭଳି କାଣ୍ଡ କରିଥିବା ଜଣା ପଡ଼ିଛି।ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସଦର ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।ଅଭିଯୁକ୍ତ ମାନେ ଦୋଷ ସ୍ବୀକାର କରିଥିବା ସଦର ଥାନା ଅଧିକାରୀ ଦୀପକ ଲେଙ୍କା କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର