ଦୁଇ ଯୁବତୀଙ୍କ ସହ ଛତିଶଗଡ ସୁକୁମା ଜିଲ୍ଲାର ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଭଡା ଘର ଭିତରୁ ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ଡାକ୍ତରି ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।
ଅର୍ଗସ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ସେକ୍ସ ରାକେଟ ଠାବ । ଜିଲ୍ଲା ସଦର ମହକୁମାର କୁମୁଟିଗୁଡା ସାହିରେ ଏକ ଘର ଭଡା ନେଇ ଜଣେ ଦଲାଲ ବାହାର ରାଜ୍ୟରୁ ଯୁବତୀ ମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲା । ପୋଲିସ ପାଖରେ ଏହି ଘଟଣା ସଂପର୍କରେ ସାହି ଲୋକେ ଅଭିଯୋଗ କରିବା ପରେ ଆଜି ମାଲକାନଗିରି ଆଦର୍ଶ ଥାନା ପୋଲିସ ସେଠାରେ ଚଢାଉ କରିଥିଲା ।