ଗଜପତି ପ୍ରକଳ୍ପରେ ପରିବର୍ତ୍ତନକୁ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇଛନ୍ତି।ପ୍ରସ୍ତାବିତ ଅଭ୍ୟର୍ଥନା ଗୃହକୁ 100 ମିଟର ବାହାରକୁ ନିଆଯିବାର ନିଷ୍ପତି ନିଆଯାଇଛି । ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ଅନ୍ୟପଟରେ ଗଜପତି ଶଙ୍କରାଚାର୍ଯ୍ୟଙ୍କୁ ଦେଇଛନ୍ତି ଭୁଲ ତଥ୍ୟ। 30 ରୁ 40 ଫୁଟ ନୁହଁ ବରଂ 5 ଫୁଟର ଖନନ ହୋଇଥିବା କଥା ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇଛନ୍ତି। ଯାହା ଶଙ୍କରାଚାର୍ଯ୍ୟ ନିଜେ ସୂଚନା ଦେଇଛନ୍ତି ।
ଏଏସ୍ଆଇ ଓ ପ୍ରଶାସନକୁ ଏକାଠି କରି ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ସେପଟେ ଜିପିଆରସିକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ଦିନରେ ଜିପିଆରଏସ୍ କଲେ ଲୋକେ ଜାଣିବେ ସତ କଣ ତେଣୁ ରାତ୍ରିରେ କରାଯାଇଛି ସର୍ଭେ। ଏହା ସମ୍ପୂର୍ଣ୍ଣ ଅନୁଚିତ୍ ଓ ବେଆଇନ୍। ଅନ୍ୟପଟେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯାଇନାହିଁ ଓ କୌଣସି ମତ ନିଆଯାଇନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଆହୁରି ଜଗତଗୁରୁ କହିଛନ୍ତି ମୁଁ ନଥିଲା ବେଳେ ସବୁ ଘଟୁଛି।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।