ଅଧିକ ପଢନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ବିଜେଡ଼ିକୁ ଶକ୍ତ ଧକ୍କା । ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ସିପ୍ରା ମଲ୍ଲିକ । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗ ଦେଲେ । କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ଥିଲେ ସିପ୍ରା । କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ନେଇ ଆଶାବାଦୀ ଅଛନ୍ତି ।
ଅଧିକ ପଢନ୍ତୁ ରାଜନୀତି ଖବର
ଭୁବନେଶ୍ୱର: ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଗତ 3 ରୁ 4 ଦିନ ଧରି ପ୍ରବଳ ଗରମ ପରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅପରାହ୍ନରେ ହଠାତ୍ କଟକ ଓ ଭୁବନେଶ୍ୱରରେ ପାଗରେ ପରିବର୍ତ୍ତନ ହୋଇଛି । ଫଳରେ ଆଶ୍ୱସ୍ତି ଅନୁଭବ କରୁଛନ୍ତି ଲୋକେ । ଟ୍ୱିନସିଟିର କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି । କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ଆଗାମୀ 3 ଘଣ୍ଟା କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି ।
ସେପଟେ ଆଜି ସକାଳୁ ପ୍ରବଳ ଗରମ ଅନୁଭତ ହୋଇଥିଲା । ସକାଳ 8ଟା 30 ସୁଦ୍ଧା 35 ଟପିଥିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଆହୁରି 3 ଦିନ ଗ୍ରୀଷ୍ମ ପ୍ରବାହ ଜାରି ନେଇ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ ।
ଗତକାଲି ବାଲେଶ୍ବରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଯାହା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହାରି ମଧ୍ୟରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇ ଥିବାରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...