ଚଳଚଞ୍ଚଳ ମନ୍ଦିର ପରିବେଶ । ସୁସଜ୍ଜିତ ହୋଇଛି କଟକର ଶକ୍ତି ପୀଠ । ଶକ୍ତି ପୀଠରେ ଆରମ୍ଭ ହେଲାଣି ଶାରଦୀୟ ପାର୍ବଣ ପୂଜା । ଆଜି ଶୋଢଷ ଉପଚାର ପୂଜାର ଦୂତୀୟ ଦିନ ହୋଇଥିବାରୁ ଆଧ୍ୟାତ୍ମକି ପରିବେଶ ଦେଖିବାକୁ ମିଳିଥିଲା କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମନ୍ଦିର ପରିସରରେ । ଗତକାଲି ଶକ୍ତି ପୀଠମାନଙ୍କରେ ଘଟ ସ୍ଥାପନା କରି ଧରାପୃଷ୍ଠକୁ ଆବାହନ କରାଯାଇଛି ଜଗତଜନନୀ ମା’ ଙ୍କର । ବିଜୟାଦଶମୀ ଯାଏଁ ସମସ୍ତ ଶକ୍ତି ପୀଠରେ ୧୬ଦିନଧରି ଭିନ୍ନ ଭିନ୍ନ ବେଶରେ ମା ଦର୍ଶନ ଦେଉଛନ୍ତି । ଆଜି ମା କଟକ ଚଣ୍ଡୀଙ୍କର ନିଜସ୍ବ ବେସ ଭୁବନେଶ୍ବରି ବେଶରେ ଭକ୍ତ ଙ୍କୁ ଦର୍ଶନ ଦେବେ ସେହିପରି ଅନ୍ୟତମ ସର୍ବ ପୁରାତନ ଶକ୍ତି ପୀଠ ମା ଗଡ଼ଚଣ୍ଡୀ ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି।
ସେହିପରି କଟକ ର ଅନ୍ୟତମ ଶକ୍ତି ପିଠ ମଙ୍ଗଳାବାଗ ରେ ଥିବା ମା ବସନ୍ତିଦୁର୍ଗା ଙ୍କ ପିଠ ରେ ମା ଦ୍ୱିତୀୟ ଦିନରେ ଭୁବନେଶ୍ୱରି ବେଶ ରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। ତେବେ ବର୍ଷ ତମାମ ମାଙ୍କ ଶକ୍ତି ପୀଠରେ ୧୬ଦିନତ୍ମାକ ବେଶର ଦର୍ଶନ କରିବା ପାଇଁ ଚାହିଁ ବସିଥାନ୍ତି କଟକବାସୀ । ଦୀର୍ଘ ୨ ବର୍ଷ ପରେ ମାଙ୍କ ବେଶ ଦର୍ଶନର ସୁଯୋଗ ମିଳିବା ପରେ ବେଶ ଭାବବିହ୍ୱଲ ହୋଇଯାଇଛନ୍ତି ଭକ୍ତ ମାନେ । ଦୀପ ଜାଳି ମୁଣ୍ଡିଆ ମାରି ମା ଙ୍କ ଆଶିଷ ପାଇବା ପାଇଁ ବ୍ୟାକୁଳ ଭକ୍ତ । ସଂସାର ଦୁଃଖ କଷ୍ଟ ହରଣ କରିବା ପାଇଁ ମା ଙ୍କ ପାଖରେ ମିନତୀ କରି ଦୈବୀ କୃପା ଲାଭ କରିବାକୁ ଭକ୍ତମାନଙ୍କର ଲମ୍ବା ଲାଇନ ସମସ୍ତ ମନ୍ଦିରରେ ଦେଖିବାକୁ ମିଳିଛି ।
ଦୁର୍ଲଭ ବେଶ ଦେଖିବା ପାଇଁ ବ୍ୟାକୁଳ ଭକ୍ତ । ଗତବର୍ଷ ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଠିଆ ହୋଇଥିଲା କୋରନା କଟକଣା । ମାତ୍ର ଏଥର ସୁଯୋଗ ମିଳିଛି ମା’ଙ୍କ ବେଶର ଦର୍ଶନ କରିବାକୁ । ବିଶ୍ଵାସ ରହିଛି ନବରାତ୍ରୀ ପୂଜା ସମୟରେ ମା ଙ୍କ ଦୁର୍ଲଭ ଦର୍ଶନ କଲେ ମାନସ୍କାମନା ପୂର୍ଣ୍ଣ ହୁଏ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।