ନୟାଗଡ଼ : ଗଞ୍ଜେଇ ବେପାରକୁ ବିରୋଧ କାରଣରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଏହା ହେଉଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁର ଘଟଣା । ପଠାଣି ସାମନ୍ତ ମହାବିଦ୍ୟାଳୟ ରେ +୩ ଶେଷ ବର୍ଷରେ ପଢ଼ୁଥିବା ପାର୍ବତୀପୁର ଗାଁର ଯୁବକ ଲବ ମହାପାତ୍ରଙ୍କୁ ଭାପୁର -ପାର୍ବତୀପୁର ବାଇପାସ ରାସ୍ତାରେ ଗତ କାଲି ରାତିରେ ସଂଘବଦ୍ଧ ଭାବେ କେତେକ ଦୁର୍ବୁର୍ତ୍ତ ଖଣ୍ଡା ଏବଂ ଫାର୍ସାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଛାତ୍ରଙ୍କ ହାତ ଏବଂ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା ।
ସଂଗେ ସଂଗେ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗାଁର ଜଣେ ଗଞ୍ଜେଇ ବେପାରୀଙ୍କୁ ବିରୋଧ ଏବଂ ଯୁବକ ମାନଙ୍କୁ ଗଞ୍ଜେଇ ସେବନ ନ କରିବାକୁ ସଚେତନ କରାଇବା କାରଣରୁ ଗଞ୍ଜେଇ ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ର ଜଣକ । ଏନେଇ ଫତେଗଡ଼ ପୋଲିସର ମତାମତ ମିଳିପାରି ନାହିଁ ।
କଟକ: ଶହ ଶହ କୋଟି ଟଙ୍କାର ମଦ ଘୋଟାଲାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର । ଟଙ୍କାର ମାଲିକ କଂଗ୍ରେସ ଟଙ୍କା ରଖିଲେ ନବୀନ ପଟ୍ଟନାୟକଙ୍କ ପାଖରେ । ବିଜେଡି ଦଳର ଏଥିରେ ସମ୍ପୃକ୍ତି ଅଛି । ତାହା ନ ହେଲେ ଏଠାରେ ଅବକାରୀ ବିଭାଗ, ଭିଜିଲାନ୍ସ ସବୁଥାଇ କିଭଳି ଜାଣି ପାରିଲା ନାହିଁ ।
ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ବିଜେଡି ନେତା ମନ୍ତ୍ରୀ ସଂଶ୍ଲିଷ୍ଟ ଅଛନ୍ତି । ସେମାନେ ଯଦି ସଂଶ୍ଲିଷ୍ଟ ନାହାନ୍ତି ତାଙ୍କର ଯଦି ସତ ସାହସ ଅଛି ଉତ୍ତର ଦିଅନ୍ତୁ । ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା । ଏଥିରେ ବିଜେଡି ଦଳର ଯଦି କେହି ସଂଶ୍ଲିଷ୍ଟ ନାହାନ୍ତି ତାହା ହେଲେ ନବୀନ ବାବୁ ସିବିଆଇକୁ ଏ କେସ୍ ଦେବା ପାଇଁ ପ୍ରସ୍ତୁତ ତ ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର ।
ସେପଟେ ଟଙ୍କା ପାହାଡ଼କୁ ଗଣି ଗଣି ଅଧିକାରୀ ହାଲିଆ । ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି ଜାରି ରହିଛି । ଏଯାବତ୍ ବଲାଙ୍ଗିର ଏସବିଆଇ ମୁଖ୍ୟଶାଖାରେ 164 କୋଟି ଟଙ୍କା ଗଣତି ସରିଲାଣି । 176ଟି ଟଙ୍କା ଭର୍ତ୍ତି ବସ୍ତାରୁ 106ଟି ବସ୍ତାର ଗଣତି ଶେଷ ହୋଇଛି । ଆଜି ଟଙ୍କା ଗଣାରେ 25ରୁ 30ଟି ମେସିନ୍ ସହ 50 ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଆଜି ଗଣତି ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେପଟେ ପଞ୍ଚମ ଦିନରେ ବି ଆୟକର ବିଭାଗର ଚଢାଉ ଜାରି ରହିଛି ।
ଏନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ମୋଦି ସରକାର କାହାକୁ ବି ଛାଡିବନି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ । ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ମୁହଁରେ ତୁଣ୍ଡି ନବାନ୍ଧି ଉତ୍ତର ଦେବାକୁ ବାଧ୍ୟ ହେବେ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଖଡ଼ିଆଳରେ ବି ଦୀପକ ସାହୁଙ୍କ ଲିଙ୍କ୍ । ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ । ଦାଦନ ପ୍ରବଣ, ଉପାନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗଦା ଗଦା ମଦ ଦୋକାନ ଖୋଲି ଅଞ୍ଚଳକୁ ସାହୁ ବ୍ରଦର୍ସ ଗରିବି କରୁଥିବା ଅଭିଯୋଗ । ଏହି ଅଞ୍ଚଳରେ ମଧ୍ୟ ରେଡ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ସମୟରେ ମଦ ଦୋକାନ, ଭାଟିକୁ ବନ୍ଦ ଏବଂ ସ୍ଥାନାନ୍ତର ପାଇଁ ଦାବି ହେଲେ ବି ସାହୁ ବ୍ରଦର୍ସଙ୍କ ଡରରେ ନେତା ଠୁ ପ୍ରଶାସନ ଚୁପ୍ ।
ଅର୍ଗସରେ ବଡ଼ ଖୁଲାସା । ଦୀପକ ସାହୁଙ୍କ ଟିଟିଲାଗଡ଼ ସ୍ଥିତ ଓମ୍ ଭେଲି ସ୍କୁଲ ନେଇ ବଡ଼ ତଥ୍ୟ ଲାଗିଛି ଅର୍ଗସ ହାତରେ । ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍କୁଲ କରିଛନ୍ତି ଦୀପକ ସାହୁ । ଏଠି ପ୍ରଶ୍ନ ଉଠୁଛି, ସରକାରୀ ଜମିରେ ସ୍କୁଲ ପାଇଁ ଅନୁମତି ଦେଲା କିଏ ? ୩୯ ଏକର ଜମିରେ କେମିତି ହେଲା ସ୍କୁଲ ? ଏ ସ୍କୁଲ କରିବା ପଛରେ ବିଜେଡିର ବଡ଼ ମନ୍ତ୍ରୀଙ୍କ ହାତ ନାହିଁ ତ । କେଉଁଠୁ ଏତେ ସାହସ ପାଇଲେ ଦୀପକ ସାହୁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ବିଷ୍ଣୁଦେଓ ସାଏ ଛତିଶଗଡର ହେଲେ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣଦେଓଙ୍କ ନାଁ ଲାଗିଲା ମୋହର। କୁନକୁରୀ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ବିଷ୍ଣୁଦେଓ।
ଛତିଶଗଡ଼ ବିଜେପିର ଆଦିବାସୀ ଚେହେରା ହେଉଛନ୍ତି ସାୟ। ବିଷ୍ଣୁଦେଓ ସାୟ 4 ଥର ସାଂସଦ ଓ 2 ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ମୋଦି ସରକାରର ପ୍ରଥମ ପାଳରି କେନ୍ଦ୍ରମନ୍ତ୍ରୀ ଥିଲେ ସାୟ। ଅଜିତ ଯୋଗୀଙ୍କ ପରେ ସାୟ ହେବେ ଛତିଶଗଡ଼ର ଦ୍ବିତୀୟ ଆଦିବାସୀ ମନ୍ତ୍ରୀ
ଅଧିକ ପଢନ୍ତୁ ଭାରତ ଖବର