ଭୁବନେଶ୍ୱର ରାଜରାସ୍ତାରେ ପୁଅକୁ ଖୋଜୁଛନ୍ତି ବାପା-ମା । କୋହୁଛନ୍ତି କିଏ ମୋ ପୁଅକୁ ଦେଖିଛକି । ଦେଖୁ ନାହାନ୍ତି ଏ ଦୃଶ୍ୟକୁ ଥରେ । କେମିତି ଏ ଖରା ଗରମରେ ପୁଅକୁ ଖୋଜୁଛନ୍ତି ଏ ବାପା-ମା । ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ ପୁଅକୁ ଖୋଜୁଛନ୍ତି ଏ ବାପା-ମା । ରାସ୍ତାରେ ଯାଉଥିବା ଲୋକଙ୍କୁ ପୁଅର ଫଟୋ ଦେଖାଛନ୍ତି ଆଉ ପଚାରୁଛନ୍ତି ଦେଖିଛନ୍ତି କି ମୋ ପୁଅକୁ ?
ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଛାଚି ଉପରେ । ଏ ହେଉଛନ୍ତି ନୟାଗଡ଼ ମାଛିପଡ଼ାର ବ୍ରଜବନ୍ଧୁ ନାହକ ଓ କୁମା ଦେଈ । ତାଙ୍କ ପୁଅ ହେଉଛନ୍ତି ସିଲୁ ନାହକ । ଯିଏକି ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ଚଳିତ ବର୍ଷ ପରୀକ୍ଷାରେ କମ୍ ନମ୍ବର ରଖିବାରୁ ବାପା କଲେ ଗାଳି । ଘର ଛାଡି ଫେରାର ହୋଇଗଲା ୧୪ ବର୍ଷର ପୁଅ ସିଲୁ ।
ନୟାଗଡରୁ ଭୁବନେଶ୍ୱର ପୁଅ ଚାଲିଆସିଥିବା ଖବର ପାଇଲେ ଘର ଲୋକ । ବାସ୍ ସେବେଠାରୁ ଭୁବନେଶ୍ୱରରେ ପୁଅକୁ ଖୋଜୁଛନ୍ତି । ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ ପୁଅକୁ ଖୋଜିବାରେ ଲାଗିଛନ୍ତି ବାପା-ମା । ବାପା-ମା ଭୁବନେଶ୍ବର ଆସିବା ପରେ ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ଖାଯିବାରେ ଲାଗିଛନ୍ତି । କିନ୍ତୁ ନିରାଶ ହେବା ପରେ ଆଜି କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଗୁହାରି କରି କହିଛନ୍ତି ଯିଏ ମୋ ପୁଅକୁ ଦେଖିବ ମତେ ଜଣେଇବ ।