ଏକ ହାଇ ପାୱାର କମିଟି ଗଠନ କରଯାଉ । ଗଜପତି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏଥିରେ ରଖାଯାଉ । ମନ୍ଦିର କିପରି ମଜବୁତ୍ ରହିବ ସେଥିପାଇଁ ସ୍ଵତନ୍ତ୍ର ଯୋଜନା କରାଯାଉ । ଗର୍ତ୍ତ ଗୁଡିକୁ ତୁରନ୍ତ ପୋତାଯାଉ ବୋଲି ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।
ଏହାସହ ସୁର ରାଉତରାୟ ଏହା ମଧ୍ୟ କରହିଛନ୍ତି ଯେ, ନବୀନ ବାବୁ ତୁମକୁ ଧନ୍ୟବାଦ, ତୁମେ ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କରିଛ। ଏହାସହ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ କରଣ କରିଛ। ତୁମେ ବହୁତ ମନ୍ଦିର କରିଛ, କିନ୍ତୁ ଅନ୍ୟାୟ କରିଛ। ତୁମେ ଏମାର ମଠ ପାଖରେ ବିରାଟକାୟ ଗର୍ତ୍ତ କରିଛ। ଯେତିକି ଭାଙ୍ଗିଛ ଆଉ ଭାଙ୍ଗନି। ମନ୍ଦିରର ରକ୍ଷଣବେକ୍ଷଣ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ମିଳିମିଶି ମନ୍ଦିର ରଖିବା ବୋଲି କହିଛନ୍ତି ସୁର ରାଉତରାୟ।