ଅର୍ଗସ ବ୍ୟୁରୋ : ଡାକୋଟା ବିମାନକୁ ସ୍ୱାଗତ କଲା ଶ୍ରୀ ଜଗନ୍ନାଥ ସେନା । ଭୁବନେଶ୍ୱର ବିମାନବନ୍ଦରରକୁ ଫେରିଥିବା ଡାକୋଟାକୁ ଜଗନ୍ନାଥଙ୍କ ଧଣ୍ଡା ଓ ଦୀପ ଲଗାଇ ପୂଜିତ କରାଯାଇଛି । କିନ୍ତୁ ଶ୍ରୀ ଜଗନ୍ନାଥ ସେନା ଏହି ଡାକୋଟାକୁ ଭୁବନେଶ୍ୱର ନୁହେଁ ପୁରୀରେ ଅବସ୍ଥାପିତ କରିବା ପାଇଁ ଦାବି କରିଛି । ପୁରୀକୁ ଧନୀ ଗରିବ ଲକ୍ଷ ଲକ୍ଷ ଲୋକେ ଆସୁଛନ୍ତି, ବିଜୁ ବାବୁଙ୍କର ସମାଧି ମଧ୍ୟ ରହିଛି ତେଣୁ ସେଠାରେ ଏହାକୁ ରଖାଗଲେ ଦେଶ ବିଦେଶର ପର୍ଯ୍ୟଟକ ବିଜୁ ବାବୁଙ୍କ ବିଷୟରେ ଜାଣିବେ।
ଏହା ସହ ଡାକୋଟାର ରଙ୍ଗ ଉପରେ ପ୍ରଶ୍ନ ଉଠାଇଛି ସେନା । ଏହାକୁ ନୀଳ ବର୍ଣ୍ଣ ଶୃଗାଳ କରିଛନ୍ତି ରାଜ୍ୟ ସରକାର । ଯାହା ଭୁଲ। ଏହାକୁ ଆମେ ଲଢେଇ କରି ଓଡିଶାକୁ ଫେରାଇ ଆଣିଛୁ କିନ୍ତୁ ରାଜ୍ୟ ସରକାର ବାହା ବାହା ନେଉଛନ୍ତି, ଆମକୁ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ କଲେ ନାହିଁ, ଯାହାକୁ ନେଇ ନିନ୍ଦା କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।