ମୂର୍ତ୍ତୀ ଉଚ୍ଚତା ବଢିବାରେ ଅସୁବିଧା କେଉଁଠି ରହିଛି,ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଟକବାସୀ ଓ ବିଭିନ୍ନ ସଂଗଠନ। ମୂର୍ତ୍ତୀ ଉଚ୍ଚତା ସପକ୍ଷରେ ବିଜେଡି ନେତା ପ୍ରଭାତ ତ୍ରିପାଠୀ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବାହାରିଛନ୍ତି। ସରକାରଙ୍କୁ ଆଉ ଥରେ ନିବେଦନ କରାଯିବ ବୋଲି କହିଛନ୍ତି । ତେବେ ଦେବାଶିଷ ସାମନ୍ତରାୟ ସେମାନଙ୍କୁ ବିରୋଧ କରୁଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଶହ ଶହ ବର୍ଷର ପରମ୍ପରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସରକାର ? କାହିଁକି କଟକିଆଙ୍କ ଭାବାବେଗ ସହିତ ଖେଳ? କାହିଁକି ସରକାରଙ୍କ ଏତେ ଜିଦ ?