ସୂଚନା ଅନୁଯାୟୀ, ଗତ ରଥଯାତ୍ରା ପରଠାରୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସି ଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ମଧ୍ୟରାତ୍ରରେ ହୁଣ୍ଡି ତାଡି ହୁଣ୍ଡିରେ ଥିବା ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୃତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ, ଗତ ରଥଯାତ୍ରା ପରଠାରୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସି ଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଟକ ବାରବାଟୀ ବିଜେଡି ପ୍ରାର୍ଥୀ ପାଇଁ ନାହାଁନ୍ତି କଟକିଆ ନେତା । ଦୀର୍ଘ ୨୫ ବର୍ଷ ଧରି ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କାମ କରୁଥିବା ନେତାଙ୍କ ଭରସାରେ ଏବେ ବିଜୁ ଜନତା ଦଳ । ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କଟକ ବାରବାଟୀ ଆସନ ପାଇଁ ବିଜେଡି ପ୍ରାର୍ଥୀ କରିବା ପରଠାରୁ ଏପରି ଢଙ୍ଗରେ ବିଜେଡ଼ିକୁ କାଉଣ୍ଟର କରିଛନ୍ତି କଟକ ବାରବାଟୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ଦୀର୍ଘ ୨୫ ବର୍ଷ ଧରି କଟକ ମାଟିରୁ ଜଣେ ଯୋଗ୍ୟ ନେତାଙ୍କୁ ବିଜେଡି ତିଆରି କରିପାରିଲା ନାହିଁ ବୋଲି କଟାକ୍ଷ କରିଛନ୍ତି ମୋକିମ । ଯାହାର ଉଚିତ୍ ଜବାବ କଟକ ସହରବାସୀ ଦେବେ ବୋଲି କହି ବିଜେଡିକୁ ଆଟାକ କରିଛନ୍ତି ମୋକିମ । କଟକ ମାଟିର ସ୍ୱାଭିମାନ, ସହରର ଉନ୍ନତି, ବିକାଶ ପାଇଁ ଏହି ଲଢେଇ ହେବ ବୋଲି ମୋକିମ କହିଛନ୍ତି । ଯାହାକୁ ନେଇ ଏବେ କଟକରେ ବିଜେଡି କଂଗ୍ରେସ ମଧ୍ୟରେ ଜୋର୍ ଧରିଛି ରାଜନୀତି ।
ଅନ୍ୟପଟେ ମୋକିମଙ୍କ ମନ୍ତବ୍ୟ ନେଇ ତାଙ୍କୁ କାଉଣ୍ଟର କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ମୋକିମ ନିଜେ କେନ୍ଦ୍ରାପଡାରୁ ଆସି କଟକ ସହରରେ ରାଜନୀତି କରି ଏଠୁ ବିଧାୟକ ହୋଇଛନ୍ତି । ଦେବାଶିଷ ନିଜେ କଟକ ମାଟିରେ ଜନ୍ମ ହୋଇ ତିର୍ତ୍ତୋଲରୁ ଲଢି ବିଧାୟକ ହୋଇଥିଲେ । ପ୍ରକାଶ ବେହେରାଙ୍କ ଘର କଟକ ସହରରରେ ଥିବା ବେଳେ ସେ ଷ୍ଟୁଆର୍ଟ କଲେଜ୍ ଛାତ୍ର ବୋଲି ଦେବାଶିଷ କହିଛନ୍ତି । ଦୀର୍ଘ ୫ ବର୍ଷ ଧରି ମୋକିମ କଟକ ପାଇଁ କଣ କରିଛନ୍ତି ବୋଲି ଦେବାଶିଷ ପ୍ରଶ୍ନ କରିଥିବା ବେଳେ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ବକ୍ସ ଡ୍ରେନ କାର୍ଯ୍ୟ, ଜାଇକା ପ୍ରକଳ୍ପ, ନେତାଜୀ ବସ ଟର୍ମିନାଲ, ଶିଶୁ ଭବନର ନୂତନ ବିଲ୍ଡିଂ ନିର୍ମାଣ ଏହି ୫ ବର୍ଷ ମଧ୍ୟରେ ହୋଇଛି ବୋଲି କହିଛନ୍ତି ମହମ୍ମଦ ମୋକିମ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ କଟକ ବାରବାଟୀ ଆସନରେ ବିଧାୟକ ହୋଇଥିବା ନେତାଙ୍କ ରାଜନୈତିକ କ୍ୟାରିଅର କଟକ ସହରରୁ ହିଁ ଆରମ୍ଭ ହୋଇଥିଲା । ୧୯୫୧ ମସିହାରେ ଗଠନ ହୋଇଥିଲା କଟକ ସହର ବିଧାନସଭା ନିର୍ବାଚନ ମଣ୍ଡଳୀ । ପରେ ୨୦୦୯ ରେ ଏହା କଟକ ବାରବାଟୀ ଆସନ ହୋଇଥିଲା । ବୀରେନ ମିତ୍ର, ଭୈରବ ଚନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ବିଶ୍ଵନାଥ ପଣ୍ଡିତ, ସୟଦ ମୁସ୍ତାଫିଜ ଅହମଦ, ସମୀର ଦେ, ଦେବାଶିଷ ସାମନ୍ତରାୟ ଓ ମହମ୍ମଦ ମୋକିମ ଏମାନେ ସମସ୍ତଙ୍କ ରାଜନୈତିକ କ୍ୟାରିଅର କଟକ ସହର ମାଟିରୁ ହିଁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଜେଡି ଏହି ଆସନ ପାଇଁ ସାଲେପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ସହରବାସୀ କେତେଦୂର ପର୍ଯ୍ୟନ୍ତ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।