ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା | 7 ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା ବଣ୍ଟନ କରିବେ | ଗତକାଲି ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ଦାନା କ୍ଷୟକ୍ଷତିର ରିପୋର୍ଟ ପଂହଁଚିଛି | ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡ଼ାନ୍ତ ଆକଳନ 616 କୋଟି 19 ଲକ୍ଷ 30 ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବିଭିନ୍ନ ବିଭାଗର କ୍ଷୟ କ୍ଷତି ଅର୍ଥ ରାଶି ଆଜି ସନ୍ଧ୍ୟାରେ ବିଭାଗ ମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବହୁ ବାଦବିବାଦ ପରେ ଶେଷରେ ଜଗନ୍ନାଥଙ୍କୁ ନେଇ ଓଡିଆ ଭାବାବେଗର ବିଜୟ ହୋଇଛି । ହ୍ୟୁଷ୍ଟନରେ 9 ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରଥରେ ରହିବେ ନାହିଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ରଥରେ କୃଷ୍ଣ ବଳରାମଙ୍କ ସହ ଶ୍ରୀଗୌର ନିତାଇ, ଚୌତନ୍ୟ ଓ ନିତ୍ୟାନନ୍ଦଙ୍କୁ ରଖାିବ । ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ । ଆମେରିକାରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖି ଇସ୍କନ ପକ୍ଷରୁ ଏହା କୁହାଯାଇଛି । ହ୍ୟୁଷ୍ଟନରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ଆମେରିକା ସହ ଓଡିଶାରୁ ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଇସ୍କନ ପକ୍ଷରୁ କୁହାଯାଇଛି । ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଆସନ୍ତା ମାସ ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକରେ ଆଲୋଚନା ହେବ ବୋଲି ମଧ୍ୟ ଇସ୍କନ ପକ୍ଷରୁ କୁହାଯାଇଛି। ଆଷାଢ ଶୁକ୍ଳୁ ଦ୍ବିତୀୟା ଛଡ଼ା ଅନ୍ୟ କୌଣସି ଦିନ ହୋଇପାରିବନି ରଥଯାତ୍ରା । ସ୍କନ୍ଧ ପୁରାଣ ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ତିଥିରେ ହେଉଛି ରଥଯାତ୍ରା । ଇସ୍କନ ସମ୍ମାନ ଦେଲା ଓଡ଼ିଆ ଭାବାବେଗକୁ । ଓଡ଼ିଶାରେ ଇସ୍କନ ଦୀର୍ଘଦିନରୁ ଏହାକୁ ଦେଇଆସୁଛି ସମ୍ମାନ ।
ଇସ୍କନ ପକ୍ଷରୁ ଏହା ଘୋଷଣା ହେବା ପରେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଖୁସି ପ୍ରକଟ କରିଛନ୍ତି । କହିଛନ୍ତି ସବୁ ଜଗନ୍ନାଥଙ୍କ ଲୀଳା । ଜଗନ୍ନାଥ ଚାହିଁଲେନି ସେଥିପାଇଁ ହ୍ୟୁଷ୍ଟନରେ ରଥଯାତ୍ରା ବନ୍ଦ ହୋଇଗଲାଇସ୍କନ ପରମ୍ପରା ବିରୋଧୀ କାମରୁ ନିବୃତ ରହିଥିବାରୁ ସ୍ବାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ । ଇସ୍କନ ହୁଷ୍ଟନ ଶାଖା ରଥଯାତ୍ରା ଆୟୋଜନ କରିବା ଜଗନ୍ନାଥ ପ୍ରେମୀଙ୍କ ମନରେ ତୀବ୍ର ଆଘାତ ଦେଇଥିଲା । ଆମେରିକାର ହୁଷ୍ଟନ୍ ରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ବି ଏହାର ତୀବ୍ର ବିରୋଧ କରିଥିଲେ।
ହ୍ୟୁଷ୍ଟନରେ ଇସକନର ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ଚାରିଆଡୁ ବିରୋଧ ହୋଇଥିଲା । ଗଜପତି ମହାରାଜା ଇସ୍କନ ବ୍ୟୁରୋକୁ ଚିଠି ଲେଖିବା ସହିତ ସାମ୍ବାଦିକ ସମ୍ମିଳନୀ କରି ଏହାର ବିରୋଧ କରିଥିଲେ । ଏପରି ହେଲେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ । ତାପରେ ଇସ୍କନ କର୍ତ୍ତୃପକ୍ଷ 9 ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ବନ୍ଦ ଘୋଷଣା କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆମେରିକାରେ ଚାଲିବ ଟ୍ରମ୍ଫ ଶାସନ.. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ବନ୍ଦୀ କମଲା ହାରିସଙ୍କୁ ହରାଇଛନ୍ତି। ଟ୍ରମ୍ଫ ପାଇଛନ୍ତି 277 ଇଲକ୍ରୋରାଲ ଭୋଟ ପାଇଥିବା ବେଳେ କମଳା ହ୍ୟାରିସ ପାଇଛନ୍ତି 224 ଇଲୋକ୍ଟ୍ରୋରାଲ ଭୋଟ..ଦୀତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ଫକୁ ଏବେ ସୁଦ୍ଦା 51 ପ୍ରତିଶତ ବା 7 କୋଟି ଭୋଟ ମିଳିଥିବା ବେଳେ କମଳା ହ୍ୟାରିସଙ୍କୁ 47.4 ପ୍ରତିଶତ ବା 6 . 57 ଭୋଟ ମିଳିଛି...
ନିଜ ବିଜୟକୁ ଐତିହାସିକ ଓ ଅବିଶ୍ବସନୀୟ କହିଛନ୍ତି ଟ୍ରମ୍ପ। ` ନିଜ ସମର୍ଥକଙ୍କ ଗହଣରେ ହୁଙ୍କାର ଦେଇ ଟ୍ରମ୍ପ କହିଛନ୍ତି ଆମେରିକାର ଭବିଷ୍ୟତ ଲାଗି କାମ କରିବି। ଏହା ସହ ଏକ ଆମେରିକା - ଗ୍ରେଟ ଆମେରିକାର ନାରା ଦେଇଛନ୍ତି ଟ୍ରମ୍ଫ ।
ବିଜୟ ପକ୍କା ପରେ ଟ୍ରମ୍ଫଙ୍କୁ ହୃଦୟରୁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.. ମୋଦି ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି ଟ୍ରମ୍ଫଙ୍କ ଏହି ଐତିହାସିକ ବିଜୟ ପରେ ଭାରତ - ଆମେରିକାର ସଂପର୍କ ଅଧିକ ମଜବୁତ ହେବ.. ଦୁହେଁ ମିଶି ବିଶ୍ବ ଶାନ୍ତି , ସ୍ଥିରତା ଓ ସମୃଦ୍ଦି ପାଇଁ କାମ କରିବେ... .. ..2019ରେ ଆମେରିକା ହାଉଡି ମୋଡି କାର୍ଯ୍ୟକ୍ରମ ହେଉ କି 2020 ରେ ମୋଟେରା ଷ୍ଟାଡିୟମରେ ନମେସ୍ତେ ଟ୍ରମ୍ଫ କାର୍ଯ୍ୟକ୍ରମ ହେଉ ,ମୋଦି- ଟ୍ରମ୍ଫଙ୍କ ସଂପର୍କର ଝଳକ ଦେଖିଥିଲା ସାରା ଦୁନିଆ... ରିପବ୍ଲକିନା ପାର୍ଟିକୁ ପ୍ରୋ- ହିନ୍ଦୁ- ପ୍ରୋ ଭାରତ ଭାବେ ଗ୍ରହଣ କରାଯାଏ.. ତେଣୁ ଟ୍ରମ୍ଫଙ୍କ ବିଜୟ ଭାରତ - ଆମେରିକା ସଂପର୍କରେ ନୂଆ ଅଧ୍ୟାୟ ଯୋଡିବ ବୋଲି ବିଶେଷଜ୍ଞଙ୍କ ମତ ।
ତେବେ ଭାରତ ପଡୋଶୀ ଦେଶ କିନ୍ତୁ ଟ୍ରମ୍ଫଙ୍କ ବିଜୟରେ ଖୁସ୍ ନାହାଁନ୍ତି .... ବିଶେଷ କରି ଆତଙ୍କ ବାଦ ବିରୋଧରେ ଲଢିବାକୁ ବିଭିନ୍ନ ସମୟରେ ଆହ୍ବାନ ଦେଇଥିବା ଟ୍ରମ୍ଫଙ୍କ ବିଜୟରେ ଅଧିକ ଦୁଃଖୀ ହୋଇଛନ୍ତି ପାକିସ୍ତାନ, ବାଂଲାଦେଶ ଓ ଚୀନ...ଆମେରିକାର ସାହାସରେ କିଛି ଦିନ ପୂୁର୍ବରୁ ଭାରତକୁ ନାଲିଆଖି ଦେଖାଇବାକୁ ସାହସ କରୁଥିବା ବାଂଲାଦେଶ ଟ୍ରମ୍ଫଙ୍କ ବିଜୟରେ ବେଶୀ ଦୁଃଖୀ ବୋଲି କୁହାଯାଉଛି । ସେହିପରି ଇରାନ ଓ ୟୁକ୍ରେନ ବି ଟ୍ରମ୍ଫଙ୍କ ବିଜୟରେ ଖୁସି ନାହାଁନ୍ତି... ଆମେରିକାର ସହାୟତାରେ ରୁଷ ସହିତ ଢେର ଦିନ ହେବ ଯୁଦ୍ଦ କରୁଥିବା ୟୁକ୍ରେନକୁ ଟ୍ରମ୍ପଙ୍କ ବିଜୟ ବେଶୀ ଦୁଃଖୀ କରିଛି.. ସେହିପରି ଇସ୍ରାଏଲ ସହ ଯୁଦ୍ଦ କରୁଥିବା ଇରାନର କାମ୍ ତମାମ୍ ହେବ ବୋଲି ଆକଳନ କରୁଛନ୍ତ ବୈଦଶିକ ବ୍ୟାପାର ବିଶେଷଜ୍ଞ ।
ଏବେ ଆସନ୍କୁ ନଜର ପକାଇବା ଟ୍ରମ୍ଫଙ୍କ ବିଜୟ ଭାରତ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଉପରେ କି କି ପ୍ରଭାବ ପକାଇବ... ବିଶେଷଜ୍ଞଙ୍କ ଆକଳନ, କାରବାର କ୍ଷେତ୍ରରୁ ଆରମ୍ଭ କରି ଶକ୍ତି, ସୁରକ୍ଷା, ବୈଷୟିକ କ୍ଷେତ୍ରରେ ଭାରତ ଫାଇଦା ପାଇବ
1- ଅଧିକ ମଜବୁତ ହେବ ଭାରତ- ଆମେରିକା ସଂପର୍କ
2-ଏକ୍ଶପୋର୍ଟ କ୍ଷେତ୍ରରେ ମିଳିବ ଫାଇଦା
3- ମ୍ୟାନୁଫ୍ୟାକଚର, ରକ୍ଷା କ୍ଷେତ୍ରରେ ବି ହେବ ଲାଭ
4-ବାଣିଜ୍ୟିକ ପରିବେଶ ପାଇଁ ସହାୟ
4- ସେୟାର ବଜାରରେ ତୁରନ୍ତ ଉତ୍ସାହ ଦେଖାଇଯାଇଥିଲେ ବି ପରେ ଟ୍ରମ୍ଫଙ୍କ ନୀତି ଉପରେ ଏହା ନିର୍ଭର କରିବ.. ସେପଟେ ଭାରତ ପାଇଁ କଣ ନକରାତ୍ମକ ପ୍ରଭାବ ପଡିବ ସେ ନେଇ ବିଶେଷଜ୍ଞଙ୍କ ଆକଳନ ୟୁଏସ ଡଲାର ମଜବୁଚ ହେବ...ଭାରତର ଟଙ୍କା, ଡଲାର ତୁଳନାରେ ତଳକୁ ଯିବ..ଟ୍ରମ୍ପଙ୍କ ପୂର୍ବ ନୀତି କାଏମ ରହିଲେଭାରତୀୟ ଆଇଟି କମ୍ପାନୀଙ୍କ ପାଇଁ ଆମେରିକୀୟ ଭିସା ଅଡୁଆ କରିବ। 2023-24ରେ ଆମେରିକାରୁ 42.2 ଅରବ ଡଲାର ବା 42 ଶହ କୋଟିର ଆମଦାନୀ ହୋଇଥିବା ବେଳେ 77.52 ଅରବ ଡଲାରର ସାମଗ୍ରୀ ରପ୍ତାନୀ ହୋଇଥିଲା ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ସ୍ୱଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର । ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।
ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।
ସ୍ବଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର । ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।
ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: