ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବରଗଡ଼ ସୋହେଲାରେ ହେବ ବିଶାଳ ଚାଷୀ ସମାବେଶ । ସାମିଲ ହେବେ ଲକ୍ଷାଧିକ ଚାଷୀ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନଭେମ୍ବର ତୃତୀୟ ସପ୍ତାହରେ ଖରିଫ ଧାନ କିଣା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧାନ କିଣାର ଶୁଭାରମ୍ଭ ହେବ। ଏଥର ଚାଷୀଙ୍କୁ ଧାନ କ୍ବିଣ୍ଟାଲ୍ ପିଛା 31 ଶହ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏଥିରେ ରହିଛି 800 ଟଙ୍କାର ବୋନସ୍। ସୋହେଲା ସମାବେଶରେ ହିଁ 800 ଟଙ୍କା ବୋନସ୍ ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାହାଡ, ଜଙ୍ଗଲ ଭିତରେ ହଜି ଯିବାକୁ ବସିଛି ଜୀବନ...ମୌଳିକ ସମସ୍ୟା ଉପରେ ଭାରି ପଡୁଛି ରାସ୍ତା କଷ୍ଟ । କୋରାପୁଟ ଲକ୍ଷ୍ମପୁର ବୁର୍ଜା ଗ୍ରାମପଞ୍ଚାୟତ କୁତୁକା ଝୋଲା ଗାଁ। ଗାଁକୁ ଆଜିବି ପକ୍କା ରାସ୍ତା ଅପହଞ୍ଚ। ଆଜିବି ପାହାଡ ଘଞ୍ଚ ଜଙ୍ଗଲ ଦେଇ ଯାତାୟାତ କରନ୍ତି ଅଞ୍ଚଳବାସୀ। ବର୍ଷା ସମୟରେ ଏହି ରାସ୍ତାରେ ଯିବା ମୁସ୍କିଲ ହୋଇ ପଡେ। ମାତ୍ର ରାସ୍ତା ନଥିବାରୁ ଏହି ରାସ୍ତା ଭରସାରେ ବର୍ଷ ବର୍ଷ ବିତାଉଛନ୍ତି ଅଞ୍ଚଳବାସୀ। ପକ୍କା ରାସ୍ତା ପାଇଁ କୁତୁକାଝୋଲା ଗ୍ରାମବାସୀ ମାନେ ପୂର୍ବ ସରକାର ଥିବା ସମୟରେ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପାଖକୁ ଦୋଉଡ଼ି ଦୋଉଡି ନୟାନ୍ତ ହେଲେ ସିନା ହେଲେ ପକ୍କା ରାସ୍ତା ଖଣ୍ତେ ପାଇ ପାରିଲେନି।
24 ବର୍ଷର ବିଜେଡି ସରକାର ର ସ୍ଲାଗାନ ଥିଲା ମାଆ କୁ ସମ୍ମାନ ଗାଁକୁ ରାସ୍ତା ବୋଲି କିଂନ୍ତୁ ସ୍ଲାଗାନ ସ୍ଲାଗାନରେ ରହିଗଲା। କୁତୁକା ଝୋଲାବାସୀଙ୍କ ପାଇଁ ପୂର୍ବ ସରକାରଙ୍କର ଯୋଜନା କେବଳ ଖାତା କଲମ ଭିତରେ ରହିଗଲା। ତେବେ ନୁଆ ସରକାର ରାସ୍ତା ଟିଏ ଯୋଗାଇବେ ବୋଲି ଏ ଅଞ୍ଚଳବାସୀ ଆଶାବାଦୀ। ଏନେଇ ଆମେ ଲଷ୍ମୀପୁର ବିଡ଼ିଓ ଙ୍କ ପାଖକୁ ଯାଇ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିଲା ନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ସାବାଡ୍ ହେବେ ଅମାନିଆ ମୋ ବସ୍ ଡ୍ରାଇଭର । ମୋ ବସ୍ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ମୋ ବସର ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ | ଏଣିକି ଭୁବେନେଶ୍ବର ଭିତରେ ମୋ ବସ୍ର ସ୍ପିଡ଼ ଲିମିଟ ହେବ 40କିମି । ବାହାରକୁ ଯାଉଥିବା ବସ୍ର ସ୍ପିଡ଼ ଲିମିଟ ରହିବ 50 କିମି ।
ଅଧିକ ପଢନ୍ତୁ : ଓଲଟିଲା ମୋ ବସ୍, ୧୫ରୁ ଅଧିକ ଆହତ
ଲାଇସେନ୍ସ ଚେକିଂ ହେବ । ଲାଇସେନ୍ସ ଥିଲେ ଗାଡିରେ ଚଢିବେ ଡ୍ରାଇଭର | ଡ୍ରାଇଭର ମଦ୍ୟପାନ କରିଛ କି ନାହିଁ ଚେକ କରାଯିବ | ଟେଷ୍ଟ ହେଇ ଗାଡିରେ ଚଢିବେ ଏବଂ ଗାଡ଼ିରୁ ଓଲ୍ହାଇଲା ପରେ ଟେଷ୍ଟ କରାଯିବ ।
ଅର୍ଗସ ବ୍ୟୁରୋ: ଓଡ଼ିଶାର ଏକ ଅଗ୍ରଣୀ ଟିଭି ଚ୍ୟାନେଲ ଆର୍ଗସ୍ ନ୍ୟୁଜ୍ ର ‘ODISHA HEALTH CONNECT SEASON 3’ ନାମକ ଏକ ସ୍ୱାସ୍ଥ୍ୟ କନକ୍ଲେଭ ଆୟୋଜନ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୂର୍ତ୍ତ, ଆଇନ, ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ । ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ହିନ୍ଦୁଜା ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଶ୍ରୀ ଗୌତମ ଖାନ୍ନା । ଦେଶର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିବେ । ଏହି କନକ୍ଲେଭରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହେବ। ସୁସ୍ଥ ଓଡିଶା, ସୁନ୍ଦର ଓଡିଶା । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏହାର ମାପକାଠି । ଗତ କିଛି ବର୍ଷ ଧରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି ।
ତଥାପି ଆଜି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ । ସେହି ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିବ । ଲୋକଙ୍କ ଉଚିତ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ କ'ଣ ପ୍ରତିବନ୍ଧକ ରହୁଛି । କଣ ପଦକ୍ଷେପ ନିଆଗଲେ କିପରି ଜଣେ ସାଧାରଣ ଲୋକଟିଏ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବ ? ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କଣ ରହିଛି ଆହ୍ୱାନ ? ଏହି ଉଦ୍ଦେଶ୍ୟରେ ନଭେମ୍ୱର ୯, ୨୦୨୪ରେ ଅର୍ଗସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବ ‘ଅର୍ଗସ ହେଲ୍ଥ କନେକ୍ଟ ସିଜିନ -3' ।
ଅଧିକ ପଢ଼ନ୍ତୁ ଓଡିଶା ଖବର: