ଅର୍ଗସ ବ୍ୟୁରୋ: ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଏକଲପୁର ଗାଁରେ ତାତିଲେ ମହିଳା । ଗରା ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି । ଏକଲପୁର ଗାଁରେ 5 ବର୍ଷରୁ ଅଧିକ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି । ଗାଁରେ ପାଣିଟାଙ୍କି ଓ ପୋଖରୀ ଥାଇ ମଧ୍ୟ ସବୁ ଦିନ ପାଣି ମିଳୁନଥିବା ଅଭିଯୋଗ ହୋଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ଫଳାଫଳ ମିଳୁନାହିଁ । ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ଜଣାଇଛନ୍ତି ଶତାଧିକ ମହିଳା ।
ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ସ୍କ୍ରବ ଟାଇଫସରେ ଜଣେ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେ ପ୍ରଥମ ସ୍କ୍ରବ ଟାଇଫସ ରୋଗୀ ଙ୍କ ମୃତ୍ୟୁ I ମୃତକ ହେଲେ କଣ୍ଟାମାଲ ବ୍ଲକର ବରଡିପଦର ଗାଁ ର ରମେଶ କୁମ୍ବାର I ସେ କିଛି ଦିନ ହବ ଅଶୁସ୍ଥତା ହୋଇ କଣ୍ଟାମାଲ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି ହୋଇଥିଲେ ପରେ ସେଠାରୁ ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରୀକ୍ଷା ପରେ ସ୍କ୍ରାବ ଟାଇଫସ ରୋଗ ଚିହ୍ନଟ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ଦିନ ଚିକିତ୍ସା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛି ।
ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁକୁ ସହି ନପାରି ଜୀବନ ହାରିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ସଡ଼ଙ୍ଗି ଗାଁରେ। କଳହକୁ କେନ୍ଦ୍ରକରି ବିଷ ପିଇ ପ୍ରଥମେ ସ୍ତ୍ରୀ ମୃତ୍ୟୁ ବରଣ କରିଥିବାବେଳେ ସ୍ତ୍ରୀର ମୃତ୍ୟୁ ଦୁଃଖରେ ବିଷପିଇ ଦେଇଥିବା ସ୍ବାମୀ ର ଡାକ୍ତରଖାନାରେ ମୃତ୍ଯୁ ଘଟିଛି। ମୃତକ ସଡ଼ଙ୍ଗି ଗାଁର ମୋହନ ହୋ । ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡାକୁ କେନ୍ଦ୍ରକରି ରଜନୀ ବିଷପିଇ ମୃତବରଣ କରିଥିଲେ । ସ୍ତ୍ରୀ ମୃତ୍ଯୁକୁ ସହିନପାରି ଗତକାଲି ସ୍ବାମୀ ମୋହନ ବିଷ ପିଇଦେଇଥିଲେ। ଗୁରୁତର ମୋହନଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିଲା ହେଲେ ସେହି ସମୟରେ ମୋହନଙ୍କର ମୃତ୍ଯୁ ଘଟିଥିଲା। ଗାଁ ରେ ଏଭଳି ଏକ ଦୁଃଖଦ ଘଟଣାକୁନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ବାୟୁସେନାର ନୂଆ ମୁଖ୍ୟ ଭାବେ ଅମର ପ୍ରିତ୍ ସିଂହଙ୍କୁ ନିଯୁକ୍ତ କରାଯାଇଛି । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଅମର ପ୍ରିତ୍ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନର ଏୟାର ଚିଫ୍ ମାର୍ଶାଲ ବିବେକ୍ ରାମ୍ ଚୈାଧୁରୀ ୩୦ ସେପ୍ଟେମ୍ବର ରେ ତାଙ୍କ ପଦରୁ ଅବସର ଗ୍ରହଣ କରିବେ ।