ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ସ୍କ୍ରବ ଟାଇଫସରେ ଜଣେ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେ ପ୍ରଥମ ସ୍କ୍ରବ ଟାଇଫସ ରୋଗୀ ଙ୍କ ମୃତ୍ୟୁ I ମୃତକ ହେଲେ କଣ୍ଟାମାଲ ବ୍ଲକର ବରଡିପଦର ଗାଁ ର ରମେଶ କୁମ୍ବାର I ସେ କିଛି ଦିନ ହବ ଅଶୁସ୍ଥତା ହୋଇ କଣ୍ଟାମାଲ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି ହୋଇଥିଲେ ପରେ ସେଠାରୁ ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରୀକ୍ଷା ପରେ ସ୍କ୍ରାବ ଟାଇଫସ ରୋଗ ଚିହ୍ନଟ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ଦିନ ଚିକିତ୍ସା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛି ।
ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥଗୋଡିପଡା ଛକ ନିକଟରେ ଘଟିଛି ଦୁର୍ଘଟଣା। ରାଜପଥରେ ଦୁଇଟି କାରକୁ ପଛରୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ କାରରେ ଥିବା ୩ଜଣ ଗୁରୁତର ୨ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଦୁଇଟି କାରରେ ଭୁବନେଶ୍ୱରରୁ ଚିଲିକା ବୁଲିବାକୁ ୧୦ଜଣ ସାଗଂ ଯାଊଥିଲେ।ଜାତୀୟ ରାଜପଥ ଗୋଡିପଡା ଛକ ନିକଟରେ ଦୁଇଟି କାର ପାର୍କିଂ କରି ରଖିଥିଲେ।ଏହି ସମୟରେ ଏକ ଟ୍ରକ ପଛରୁ ପ୍ରଥମେ ଏକ କାରକୁ ଧକ୍କା କରି ଅନ୍ୟ ଏକ କାରକୁ ପଛରୁ ଧକ୍କା କରିଥିଲା।
ଟ୍ରକ ଧକ୍କାରେ କାରରେ ୩ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ମଃଇଳା ଅଛନ୍ତି।ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ପହଞ୍ଚି ଆହତ ମାନଙ୍କୁ ମେଡିକାଲ କୁ ପଠାଇଛନ୍ତି ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।ପୋଲିସ ଟ୍ରକ ଓ ଦୁଇଟି କାରକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: କେନ୍ଦୁଝରରେ ମେଗା ସ୍ୱାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ବିଭାଗ, ଓଏମସି, ALIMCO, ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ମିଳିତ ସହଯୋଗରେ ଶିବିର ଆୟୋଜନ ପ୍ରାୟ ୧୦୦୦ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସହାୟତା ଉପକରଣ ବାଣ୍ଟିଲେ ସବୁ ଜିଲ୍ଲାରେ ଏହିଭଳି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ୱାସ୍ଥ୍ୟ ମେଳା ର ଉଦ୍ଘାଟନ କରିଛନ୍ତି।
ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମରେ କେନ୍ଦୁଝରଠାରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଧରଣୀଧର ନାୟକ ମେଡିକାଲ କଲେଜ ଓ ଏସସିବି ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜନ କରାଯାଇଛି। ଏଥିରେ ତିନୋଟି ମେଡିକାଲ କଲେଜରୁ ବିଭିନ୍ନ ବିଭାଗର ବହୁ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା ଯୋଗାଇ ଦେଇଛନ୍ତି। ଯେଉଁଥିରେ ସ୍ନାୟୁରୋଗ, ହୃଦ୍ରୋଗ, ଭେଷଜ, ସର୍ଜରୀ, ୟୁରୋଲୋଜି, ନେଫ୍ରୋଲୋଜି, ସାଇକ୍ଆଟ୍ରିକ, ପେଡିଆଟ୍ରିକ, ଅର୍ଥୋପେଡିକ ଇତ୍ୟାଦି ଜଟିଳ ରୋଗର ବିଶେଷଜ୍ଞ ମାନେ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା ଶିବିର, ସ୍ବାସ୍ଥ୍ୟ ସେବା ଶିବିର ଏବଂ ସାମାଜିକ ସଶକ୍ତି କରଣ ଶିବିରର ଆୟୋଜନ କରାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ତିନୋଟି ଶିବିରକୁ ଉଦ୍ଘାଟନ କରିଥିଲେ ଏବଂ ଶିବିରରେ ଉପସ୍ଥିତ ଡାକ୍ତର, ରୋଗୀ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ ଓ ୫ଟି ସହରାଞ୍ଚଳର ହଜାର ହଜାର ଜନସାଧାରଣ ଏହି ଶିବିର ମାଧ୍ୟମରେ ଉପକୃତ ହୋଇ ପାରିଛନ୍ତି। ଓଏମସି ଏବଂ ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଚକ୍ଷୁ ଚିକିତ୍ସା ଶିବିରରେ ପ୍ରାୟ ୧୦୦୦ ବ୍ୟକ୍ତି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ଏବଂ ଚକ୍ଷୁ ପରୀକ୍ଷା ପରେ ଆବଶ୍ୟକତା ଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା।
ସେହିଭଳି ସ୍ୱାସ୍ଥ୍ୟ ସେବା ଶିବିର ମାଧ୍ୟମରେ ବିଶେଷଜ୍ଞମାନଙ୍କ ପରାମର୍ଶ ଜରିଆରେ ଜିଲ୍ଲାର ପ୍ରାୟ ୪ହଜାର ଲୋକ ଉପକୃତ ହୋଇଛନ୍ତି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆୟୋଜିତ ହୋଇଥିବା ସାମାଜିକ ସଶକ୍ତି କରଣ ଶିବିରରେ ୯୨୩ ଜଣ ହିତାଧିକାରୀଙ୍କୁ ହୁଇଲ୍ ଚେୟାର, ହସ୍ତ ଚାଳିତ ସାଇକେଲ୍, ବ୍ୟାଟେରୀ ଚାଳିତ ସାଇକେଲ, ୱାକର, ବ୍ରେଲି କିଟ୍, ଶ୍ରବଣ ଯନ୍ତ୍ର, ନି ବେଲ୍ଟ, ନି କ୍ୟାପ୍ ଇତ୍ୟାଦି ସହିତ ଅନ୍ୟାନ୍ୟ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା। ଏହି ଶିବିରଟି ଭାରତ ସର କାରଙ୍କ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ALIMCO) ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମିଳିତ ସହଯୋଗର ଆୟୋଜନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୧୩ଟି ମୋବାଇଲ ମେଡିକାଲ ୟୁନିଟ୍ ଭେଇକିଲ୍ର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତିରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଉଥିବା ସାଧାରଣ ଲୋକଙ୍କଠାରୁ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଚିକିତ୍ସା କ୍ଷେତ୍ରରେ ଅବହେଳିତ ହେଉଥିବା ବିଷୟରେ ଶୁଣିବା ପରେ ସେମାନଙ୍କ ପାଇଁ କିଛି ନୂତନ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲି। ସେହି ଅନୁଯାୟୀ ପ୍ରତି ଜିଲ୍ଲା ମୁଖ୍ୟାଳୟରେ କିପରି ସ୍ବାସ୍ଥ୍ୟ ଶିବିର ମାନ ଆୟୋଜନ କରାଯିବ ଏଥି ପାଇଁ ପଦକ୍ଷେପ ନିଆଯାଉଛି। ଆମ ସରକାର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମ୍ବେଦନଶୀଳ ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: