ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ନୁଆ - ଓ କରି ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ସମନ୍ୱୟ କରି ଆଗାମୀ ଦିନରେ ଶିକ୍ଷା ଓ ସଂସ୍କୃତି ବିକାଶ ଏମିତି ହେଉଛି।
ସାରା ରାଜ୍ୟରେ ଏଭଳି ଚିତ୍ରକୁ ଲୋକେ ଦେଖି ବାରମ୍ଵାର ବିରୋଧ କରିବା ସତ୍ତ୍ୱେ ସରକାରଙ୍କ ନିଘା ନାହିଁ ।
କେଉଁଠି ଅଶ୍ଳୀଳ ନୃତ୍ୟ ହେଉଥିବାବେଳେ କେଉଁଠି କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ହେଉଛି ଅନ୍ଧାର । ଆସନ୍ତା କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସତ୍ତ୍ୱେ କଲେଜ ଛାତ୍ରଛାତ୍ରୀଙ୍କୁ ନବୀନ ଓଡିଶା କାର୍ଯ୍ୟକ୍ରମରେ କରାଯାଉଛି ସାମିଲ । ଆଉ ସାମଲି ନ ହେଲେ ମାର୍କ କାଟି ଦିଆଯିବାର ମିଳୁଛି ଧମକ ।
ଜିଲ୍ଲାୱାରୀ ଗସ୍ତ କରୁଛନ୍ତି ପାଣ୍ଡିଆନ । ନୂଆ ଓ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ଟିପ୍ସ ଦେଉଛନ୍ତି । ହେଲେ ଯଦି ଏମିତି ଟିପ୍ସ ମିଳିବ ତେବେ ଛାତ୍ରଛାତ୍ରୀ କେମିତି ଭଲ ମଣିଷ ହେବେ ତାହା ଜଳ ଜଳ ହୋଇ ଦିଶୁଛି ।
ଖାଲି ସଂସ୍କୃତି ବିଗାଡୁନି ନୂଆ ଓ...ନୂଆ ଓ ପାଇଁ ବଢୁଛି ହିଂସାତ୍ମକ କାର୍ଯ୍ୟକଳାପ । ଯାହାର ତାଜା ଚିତ୍ର ଆସିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼କୁଜଙ୍ଗ ପଞ୍ଚାୟତରୁ । ଏହି ଅଞ୍ଚଳରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମଞ୍ଚ ସମ୍ମୁଖରେ ହାତାହାତି ହୋଇଛନ୍ତି ଦୁଇ ଗୋଷ୍ଠୀ । କାର୍ଯ୍ୟକ୍ରମରେ ଅନେକ ଛାତ୍ରୀ ଓ ମହିଳା ସାମିଲ ହୋଇଥିଲେ । ହେଲେ ହଠାତ୍ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଅଣାୟତ ହୋଇଥିଲା । ଶେଷରେ ସମସ୍ତେ ଭୟରେ ସେଠାରୁ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି ।
ନୂଆ 'ଓ' ର ଏହି ସବୁ ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରୁଛି । ଏହାକୁ ନେଇ ବିରୋଧର ସ୍ୱର ମଧ୍ୟ ଦେଖିବାକୁ ମିଳୁଛି । ହେଲେ ଜିଲ୍ଲା ପରେ ଜିଲ୍ଲାରେ ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପରୀକ୍ଷା ପାଖେଇ ଆସୁଥିବାବେଳେ ଏମିତି କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କ ଭବିଶ୍ୟତକୁ ଏକ ପ୍ରକାର ଅନ୍ଧାରକୁ ଠେଲି ଦିଆଯାଉଛି କହିଲେ ଭୂଲ୍ ହେବନି ।