ଅଧିକ ପଢନ୍ତୁ : ଏହି ଅବସରରେ ଭୁବନେଶ୍ୱର ଏମ୍ସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ଏହାକୁ ଦୁର କରିବା ପାଇଁ ଆଜି ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କ ସହ ରକ୍ତଭଣ୍ଡାରର ଟେକ୍ନିସିଆନ୍ ମାନେ ସ୍ବେଚ୍ଛାକୃତ ଭାବରେ ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ପରିସରରେ ରକ୍ତଦାନ କରିଛନ୍ତି । ରକ୍ତ କୌଣସି ଠାରୁ କିଣି ହେବନାହିଁ , କେବଳ ଜଣେ ଦାନ କରିଲେ ହିଁ ଅନ୍ୟ ଜଣେ ଏହାକୁ ପାଇ ପାରିବ । ତେଣୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ସମସ୍ତେ ଆଗକୁ ଆସିବା ଆବଶ୍ୟକ ବୋଲି ପିଆରଏମ ମେଡିକାଲ କଲେଜ ଏଣ୍ଡ ହସପିଟାଲ ସୁପରିଟେଣ୍ଡେଟ୍ ରବିନ୍ଦ୍ରନାଥ ମିଶ୍ର ପ୍ରକାଶ କରିଛନ୍ତି ।