କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଯୋଗାଇ ଦେଉଥିବା ସମସ୍ତ ସାହାଯ୍ୟ ସହଯୋଗ ସମ୍ପର୍କରେ ଉପକୃତ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ସାଢ଼େ ତିନିଟା ବେଳେ କାମାକ୍ଷାନଗର ଜିରିଡ଼ାମାଳି ଠାରେ ଏକ ନୂତନ କମ୍ୟୁନିଟ ରେଡ଼ିଓ ଷ୍ଟେସନର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏହା ପରେ ଦିନ ସାଢ଼େ ଚାରିଟା ବେଳେ କାମାକ୍ଷାନଗର ଅଡିଟରିଅମରେ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ଯୋଗଦେବେ । ଶେଷରେ ସନ୍ଧ୍ୟା ୬ ଟା ବେଳେ ରେଙ୍ଗାଲି ଖେଳ ପଡିଆ ଠାରେ ଆୟୋଜିତ ସାରଙ୍ଗଧର ଦାସ ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିବେ ଶ୍ରୀ ପ୍ରଧାନ ।

ଅର୍ଗସ ବ୍ୟୁରୋ: ଅଗଷ୍ଟ ୨୧ରୁ +୨ ନୂତନ ଆଡ୍ମିଶନ୍ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏ ନେଇ ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି । ଅନ୍ଲାଇନ୍ରେ ଆଡ୍ମିଶନ୍ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ SAMS ସେଣ୍ଟର ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଚଳିତ ଥର କରୋନା ପାଇଁ ସବୁକିଛି ବିଳମ୍ୱ ହୋଇଥିବାବେଳେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ମଧ୍ୟ ବିଳମ୍ୱରେ ପ୍ରକାଶ ପାଇଥିଲା । ତେବେ ରେଜଲ୍ଟ ମଧ୍ୟ ଭଲ ହୋଇଥିଲା ।
ଅନ୍ୟପଟେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡମିଶନ୍ ପାଇଁ ଆବେଦନ ଫି' କମାଇଛନ୍ତି । ସାଧାରଣ ବର୍ଗ ଓ SC/ST ପିଲାଙ୍କ ପାଇଁ ୧୦୦ ଟଙ୍କା ଫି' ହ୍ରାସ କରାଯାଇଛି । ଚଳିତ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି' ୨ଶହ ଟଙ୍କା ରହିଛି । ସେହିପରି SC/ST ପିଲାଙ୍କ ପାଇଁ ଆବେଦନ ଫି' ୧୦୦ ଟଙ୍କା ରଖାଯାଇଛି । ଏ ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏହା ସହ ସେପ୍ଟେମ୍ବର ୯ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଯେଉଁଭଳି ଭାବରେ ରାଜ୍ୟରେ ତାର କାୟା ବିସ୍ତାର କରିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।

ଅର୍ଗସ ବ୍ୟୁରୋ : ଆନ୍ଦୋଳନରତ ରେସଲରଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ୬ ଘଣ୍ଟାର ଆଲୋଚନାରେ ଧାର୍ଯ୍ୟ ହେଲା ତାରିଖ । ସେହିପରି ମନ୍ତ୍ରୀଙ୍କ ଆଗରେ କିଛି ଦାବି ରଖିଛନ୍ତି ରେସଲର୍ । ଜଣେ ମହିଳାଙ୍କ ନେତୃତ୍ବରେ ଇଣ୍ଟରନାଲ କମ୍ପ୍ଲେଣ୍ଟ କମଟିର ଗଠନ । ରେସଲରଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର ।
ଅଧିକ ପଢନ୍ତୁ ଭାରତ ଖବର
୩ ପାଳି ଧରି ସଭାପତି ପଦରେ ରହିଥିବା ବ୍ରିଜ ଭୂଷଣ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ପୁନଃ ନିର୍ବାଚିତ କରା ନଯାଉ । ୬ ଘଣ୍ଟା ଧରି ଆଲୋଚନାରେ କିଛି ଏଭଳି ଦାବି ରଖିଛନ୍ତି ଆନ୍ଦୋଳନରତ ରେସଲର୍ । ସେପଟେ ୧୫ ତାରିଖ ସୁଦ୍ଧା ତଦନ୍ତ ସରିବ ଏବଂ ଚାର୍ଜସିଟ୍ ଦାଖଲ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ । ଜୁନ ୩୦ ତାରିଖ ସୁଦ୍ଧା WFIରେ ନିର୍ବାଚନ ହେବ ଏବଂ ନୂଆ ସଭାପତି ଚୟନ କରାଯିବ ବୋଲି ମଧ୍ୟ ରେସଲରଙ୍କୁ ଆଶ୍ବାସନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ।
