୧ - ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ଖାରଜ ହୋଇଥିବା ହିତାଧିକାରୀଙ୍କୁ ନୋଟିସ ହେବ
୨ - ଜମି ଆଧାରରେ ଯେଉଁ ମାନଙ୍କର ଖାରଜ ହୋଇଛି ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ
୩ - ବ୍ୟାଙ୍କ ଲିଙ୍କେଜ ନ ଥିବାରୁ କଟିଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀ କରଣ ଦାଖଲ କରିବାକୁ ହେବ
୪ - ଅଙ୍ଗନବାଡି କର୍ମୀ ଏବଂ ଏମବିକେ ମାନଙ୍କୁ ସରକାରୀ ଚାକରିଆ ଭାବେ କଟା ଯାଇଥିଲେ, ଯାଞ୍ଚ କରାଯାଇ ସାମିଲ କରାଯିବ
ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷ ରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଥିବା ବେଳେ ଡିସେମ୍ବରରେ ମିଳିବ ଚର୍ତୁଥ ପର୍ଯ୍ୟାୟ ଟଙ୍କା ସହ ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର ।
ସେପଟେ ସୁଭଦ୍ରା ଯୋଜନାକୁ ରାଜନୈତିକ ପ୍ରସଙ୍ଗ କରି ମହିଳା ଙ୍କୁ ଭ୍ରମିତ କରୁଥିଲେ ବିରୋଧୀ । ସମସ୍ତଙ୍କୁ ଟଙ୍କା ମିଳିବା ନେଇ ସରକାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପରେ ଶୁଣନ୍ତୁ କଣ କହୁଛି ବିଜେଡି ।
ଅଧିକରୁ ଅଧିକ ମହିଳାକୁ ସୁଭଦ୍ରା ଯୋଜନାରେ ଯୋଡିବାର ପ୍ରୟାସକୁ ସ୍ବାଗତ କରିଛନ୍ତି ସବୁ ବର୍ଗର ମହିଳା । ୨୧ ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳା ମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଆଉ ତା ପରେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବେ ରାଜ୍ୟ ସରକାର । ଅର୍ଥାତ ବାର୍ଦ୍ଦକ୍ୟ ଭତ୍ତା ପାଇଁ 60 ପରେ ଆଉ ଥରେ ଆବେଦନ କରିବାକୁ ପଡିବ ନାହିଁ ।