ପ୍ରଭାତଙ୍କ ସଫଳତା ଓଡିଶାର ଯୁବପିଢୀଙ୍କୁ ଶିକ୍ଷାକ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ପ୍ରଭାତ ଦାସ ଉତ୍କଳ ୟୁନିଭରସିଟି ଷ୍ଟାଟିଷ୍ଟିକ୍ ଡିପାର୍ଟମେଣ୍ଟର ପିଏଚଡି ଛାତ୍ର । ତାଙ୍କ ଘର ବୌଦ ଜିଲ୍ଲାରେ , ଏହି ସଫଳତାର ଖବର ସେ ଜାଣିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି ।
ୟୁପିଏସସିର ଆଇଇଏସ ଏବଂ ଆଇଏସଏସ - 2020 ପରୀକ୍ଷାରେ ସଫଳତା ପାଇଥିବା ପରୀକ୍ଷାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆଇଏସଏସ ପାଇଥିବା ଓଡ଼ିଶାର ପ୍ରଭାତ ଦାସଙ୍କୁ ମଧ୍ୟ ମୋର ଅଭିନନ୍ଦନ । ପ୍ରଭାତଙ୍କ ସଫଳତା ନିଶ୍ଚିତ ଭାବରେ ଓଡ଼ିଶାର ଯୁବପିଢ଼ିଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ । — Dharmendra Pradhan (@dpradhanbjp) July 30, 2021