ଅଦମ୍ୟ ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତାର ଶୀର୍ଷ ରେ ପହଁଚାଇ ଥାଏବୋଲି ପ୍ରମାଣ କରି ଦେଖାଇଛନ୍ତି ଜଗଦୀଶ । ତିନିଏକର ଚାଷ ଜମିରେ ଚାଷ କରିଛନ୍ତି ସୁଯ୍ୟମୁଖୀ ଫୁଲ ସହ କଦଳୀ,ନଡ଼ିଆ,ଗୁଆ,ସଜନା. ବାଇଗଣ ଅନ୍ୟ ଦୁଇ ଏକର ଜମି ରେ ତିନୋଟି ପୋଖରି ରେ ମାଛ ଚାଷ କରିଛନ୍ତି । ସୁଯ୍ୟ ମୁଖୀ ଫୁଲ ଦେଢ଼ ଏକର ଜମିରେ ଚାଷ କରି ବେଶ ଦୁଇ ପଇସା ଲାଭ ପାଇବେ ବୋଲି ଆଶାକରିଛନ୍ତି ଜଗଦୀଶ ।
ଧାନ, ବିରୀ,କୋଳଥ ଚାଷ କରି ଲାଭବାନ ହୋଇନଥିଲେ ଜଗଦୀଶ । ତେଣୁ ମନ ବଳେଇଥିଲେ ସୁଯ୍ୟମୁଖୀ ଚାଷ କରିବାକୁ । ପଡୋଶୀ ମାର୍କେଟରୁ ଉନ୍ନତ କିସମ ର ମଞ୍ଜିକିଣିଥିଲେ ଜଗଦୀଶ । ବିନା ସରକାରୀ ସହାୟତାରେ ମଧ୍ୟ ସେ ଚାଷକରିଛନ୍ତି । ତାଙ୍କ ସହିତ ତାଙ୍କପୁତୁରା ପାଠପଢିସାରି ବାହାରିକୁ ନଯାଇ ଦାଦା ଜଗଦୀଶଙ୍କ ସହିତ ଚାଷକାମରେ ସାହାଯ୍ୟ କରୁଛନ୍ତି ।
ଦେଢ଼ ଏକର ଜମିରେ ୪୦ ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କର ବଗିଚା ଭିତରେ ସୁନ୍ଦର ଆଲୋକ ବ୍ୟବସ୍ଥା ସହ ବସି ଖାଇବାପାଇ ମଧ୍ୟ ବଗିଚାରେ ସୁ ବ୍ୟବସ୍ତା ବି କରିଛନ୍ତି । ସାଲେପୁର ଅଞ୍ଚଳର ଏଭଳି ଜଣେ ସଫଳ ଚାଷୀ, ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି ।
ଆହୁରି ପଢନ୍ତୁ କୃଷି ଓ କୃଷକ ଖବର...